Only for Entertainment

ବିବାହ ପରେ ଗଛ ତଳେ ବସିଥିଲେ ବର-କନ୍ୟା, ଘଟିଲା କିଛି ଏଭଳି..

khabarNDTV
0 61

ସୋସିଆଲ ମିଡିଆରେ ବିବାହର ଅନେକ ଭିଡିଓ ଭାଇରାଲ ହୋଇଥାଏ । ବିବାହ ଫଟୋସୁଟକୁ ମଧ୍ୟ ସମସ୍ତେ ପସନ୍ଦ କରିଥାଆନ୍ତି । ମାତ୍ର ଏକ କପଲଙ୍କ କିଛି ଏଭଳି ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଫ୍ରେଡି ହର୍ନାଂଡେଜ ଫଟୋଗ୍ରାଫି ଆଣ୍ଡ ମିଡିଆ ଫେସବୁକରେ ବିବାହ ଫଟୋସୁଟ ଶେୟାର କରିଛନ୍ତି । ଯେଉଁଥିରେ ବର କନ୍ୟା ଏକ ଦୁର୍ଘଟଣାରେ ବଂଚି ଯାଇଛନ୍ତି । ସେ ଭିଡିଓ ଶେୟାର କରି ଲେଖିଛନ୍ତି ଯେ ଏହି ଭିଡିଓରେ ନୂଆ ନୂଆ ବିବାହ ପରେ କିଭଳି ମୃତ୍ୟୁର ଅନୁଭବ ହୁଏ ତାହା ଏଠାରେ ଦେଖିବାକୁ ମିଳିଛି । ଭିଡିଓରେ ବର କନ୍ୟା ନିଜର ସୁଖ ଦୁଃଖ ଶେୟାର କରୁଥିବା ବେଳେ ସେହି ସମୟରେ ଗଛରେ ଏକ ଡାଳ ଭାଙ୍ଗି ପଡୁଛି । ଭାଗ୍ୟବଶତଃ ସେମାନେ ସେହି ଦୁର୍ଘଟଣାରୁ ବଂଚି ଯାଇଛନ୍ତି ।

ଚେୟେନ ଏବଂ ଲୁକାସ କୋପେଶ୍କା ଯେତେବେଳେ ନିଜର ସାକ୍ଷାତକାର ଶେଷ କରିଛନ୍ତି ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁହେଁ ଦୁହିଁଙ୍କୁ ଲଭ ଷ୍ଟୋରୀ ଶୁଣାଉଥିଲେ । ଏହି ଭିଡିଓକୁ ଫେସବୁକରେ ୫୫ହଜାର ଭ୍ୟୁଜ ହୋଇସାରିଲାଣି ଏବଂ ପାଖାପାଖି ୧୦୦ଲୋକ ଏହି ଭିଡିଓକୁ ଶେୟାର ମଧ୍ୟ କରିଛନ୍ତି । ଗତ ସୋମବାର ଦିନ ଏହି ଭିଡିଓ ଶେୟାର କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More