Only for Entertainment

ଚଳନ୍ତା କାରରେ ଯଦି ମେକଅପ ହେଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ଭୋଗି ପାରନ୍ତି ଏହି ମହିଳାଙ୍କ ପରି ସମସ୍ୟା !

amarujala
0 40

ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ କ୍ୟାବରେ ବସି ମହିଳାମାନେ ମେକଅପ ହେଉଥାଆନ୍ତି । ମେକଅପ ହେବା ଲାଗି ଅନେକ ସମୟ ଲାଗିଥାଏ । ଏଭଳି ଯେ ଅନେକ ମହିଳା ଅଫିସ କିମ୍ବା ପାର୍ଟି ଗଲା ବେଳେ ରାସ୍ତାରେ ଗାଡିରେ ବସି ମେକଅପ ହୋଇ ଯାଆନ୍ତି , ଯାହା ଦ୍ୱାରା ସେମାନେ ସମୟର ସଦୁପଯୋଗ ହେଉ ବୋଲି ଚାହାନ୍ତି । ଏହିଭଳି କିଛି କରୁଥିବାରୁ ଜଣେ ମହିଳାଙ୍କୁ ଏହା ମହଙ୍ଗା ପଡିଛି ।

 

ବାଙ୍ଗକକରେ ଜଣେ ମହିଳା ନିଜ ବନ୍ଧୁଙ୍କ ଘରକୁ ଯାଉଥିଲେ । ଚଳନ୍ତା କାରରେ ଏଥିପାଇର୍ ମେକଅପ ହେଉଥିଲେ । ସେ ଆଖିରେ କଳା ଲଗାଇବାକୁ ଯାଉଥିବା ସମୟରେ ହଠାତ ଗାଡିଟି ଏକ ଭ୍ୟାନ ସହ ଧକ୍କା ହୋଇଯାଇଥିଲା । ଦୁର୍ଘଟଣା ସମୟରେ ମହିଳା ଜଣକଙ୍କ ଧ୍ୟାନ ଦର୍ପଣରେ ଥିବା କାରଣରୁ ସେ ଏହି ଦୁର୍ଘଟଣାରୁ ନିଜକୁ ମୁକୁଳାଇ ପାରି ନଥିଲେ ।

ଏହିକାରଣରୁ ତାଙ୍କ ମୁଣ୍ଡ ସାମ୍ନାରେ ଥିବା ସିଟରେ ମାଡ ହୋଇଥିଲା ଫଳରେ ସେ ଧରିଥିବା ଆଇଲାଇନର ପେନସିଲ ଆଖିରେ ପସି ଯାଇଥିଲା । ଫଳରେ ତାଙ୍କ ନାକରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ।

ଡାକ୍ତର ଏହି ପେନସିଲକୁ ବାହାର କରି ଦେଇଛନ୍ତି ସତ ମାତ୍ର ତାଙ୍କୁ ଜୋର ଆଘାତ ଲାଗିଛି , ଯାହାଦ୍ୱାରା ମହିଳା ଜଣକ କଷ୍ଟ ଅନୁଭବ କରୁଛନ୍ତି । ଡାକ୍ତରଙ୍କ କହିବା ମୁତାବକ ମହିଳାଙ୍କ ଆଖି ବାଟ ଦେଇ ଏହି ପେନସିଲ ମୁଣ୍ଡକୁ ପହଂଚିନି ନଚେତ ଗଭୀର ଆଘାତ ଲାଗିବାର ସମ୍ଭାବନା ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More