Only for Entertainment

ସଲମାନଙ୍କ ସହିତ ଡବଲ ରୋଲରେ ନଜର ଆସିବେ କରଣ ଜୋହର, ରିଲିଜ ହେଲା ପୋଷ୍ଟର

The Indian Express
0 60

ଭାରତର ପ୍ରଥମ ୩ଡି କମୋଡି ଫିଲ୍ମ ‘ୱେଲକମ ଟୁ ନ୍ୟୁୟର୍କ’ର ପୋଷ୍ଟର ରିଲିଜ କରାଯାଇଛି । ପୋଷ୍ଟରକୁ ଲଂଚ କରିବା ପାଇଁ ଫିଲ୍ମର ଟିମ ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି । ଏହି ଫିଲ୍ମରେ ଏକା ସହିତ ଅନେକ କଳାକାରଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ କରଣ ଜୋହର, ଦିଲଜୀତ ଦୋସାଂଝା, ସୋମାକ୍ଷୀ ସିହ୍ନା, ରାଣା ଦାଗୁବତୀ, ରିତେଶ ଦେଶମୁଖ, ଲାରା ଦତ୍ତା ଏବଂ ବୋମନ ଇରାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । କରଣ ଜୋହର ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଡବଲ ରୋଲରେ ନଜର ଆସିବେ ।

ଏହି ଫିଲ୍ମର ପୋଷ୍ଟର ଲଂଚ କରାଯିବା ସହିତ ଏକ ମଜାଦାର ଭିଡିଓ ମଧ୍ୟ ଶେୟାର କରାଯାଇଛି । ଏହି ଭିଡିଓ ଶେୟାର କରାଯିବା ପରେ ସୋସିଆଲ ମିଡିଆରେ ଏହା ଛାଇ ରହିଛି । ଏହି ପୋଷ୍ଟରକୁ କରଣ ଏବଂ ଦିଲଜୀତ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ପୋଷ୍ଟଟର ଲଂଚ କରିବା ପାଇଁ ଯେଉଁ କ୍ରିଏଟିଭିଟି ଉପାୟ ଅବଲମ୍ବନ କରାଯାଇଛି ତାହା କରଣ ଜୋହର ଆରମ୍ଭ କରିଛନ୍ତି । ଯେଉଁଥିରେ ଫିଲ୍ମର କଳାକାରମାନେ ଏକ ଭିଡିଓ ଚାଟ କରୁଥିବାର ଦେଖିବାକୁ ମିଳିଛି ।

ଏହି ଫୋନ କଲର ଆରମ୍ଭ ଦିଲଜୀତ ଓ ସୋନାକ୍ଷୀଙ୍କଠାରୁ ଆରମ୍ଭ ହୋଇ ଏକ କନଫେରେନ୍ସ କଲରେ ପରିଣତ ହୋଇଛି । ଯେଉଁଥିରେ ସମସ୍ତ କଳାକାର ଫିଲ୍ମକୁ ମୋ ଫିଲ୍ମ ବୋଲି ଦାବି କରିଛନ୍ତି ।

ସବୁଠାରୁ ମଜାଦାର କଥା ହେଉଛି ସଲମାନଙ୍କ ଫୋନ କଲରେ ଏହି ଭିଡିଓ କଲ ଶେଷ ହୋଇଛି । ୱେଲକମ ଟୁ ନ୍ୟୁୟର୍କ ଦୁଇ ଭାରତାୟଙ୍କ କାହାଣୀ ଉପରେ ଆଧାରିତ । ଏବଂ ଦୁଇ ଜଣଙ୍କୁ ହଠାତ ନ୍ୟୁୟର୍କ ଯିବା ପାଇଁ ସୁଯୋଗ ମିଳୁଛି । ଏହି ଟ୍ରିପରେ ତାଙ୍କ ସହିତ ଅନେକ ମଜାଦାର ଘଟଣା ଘଟୁଛିା । ସୂଚନା ଅନୁସାରେ ଏହି ଫିଲ୍ମ ୨୩ ଫେବୃୟାରୀକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More