Only for Entertainment

କରଣ ଜୋହରଙ୍କ ପାର୍ଟିରେ ନିଶାରେ ଥିଲେ କି ବଲିଉଡ ସେଲିବ୍ରିଟି ? କଂଗ୍ରେସ ନେତା ମିଲିନ୍ଧ ଦେୱଡାଙ୍କ ବିରୋଧ

latestly
88

ନିକଟରେ ବଲିଉଡ ନିର୍ଦ୍ଦେଶକ କରଣ ଜୋହର ସୋସିଆଲ ମିଡିଆରେ ନିଜ ହାଉସ ପାର୍ଟିର ଏକ ଭିଡିଓ ସୋୟାର କରିଥିଲେ । ଏହି ଭିଡିଓରେ ଦୀପିକା ପାଦୁକୋନଙ୍କ ଠାରୁ ଆରମ୍ଭ କରି ରଣବିର କପୁରଙ୍କ ସହିତ ଅନେକ କଳାକାର ନଜର ଆସିଥିଲେ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ, କଲାକାର ମାନେ ପାର୍ଟିରେ ଡ୍ରଗ୍ସର ନିଶାରେ ଥିଲେ ।

ଏହାକୁ ନେଇ ବିଜପି ବିଧାୟକ ମନଜିନ୍ଦର ସିଂ ସିରସା ଟ୍ୱିଟ କରି ଲେଖିଥିଲେ, ବଲିଉଡ କଳାକାର ନିଶାରେ ନଜର ଆସୁଛନ୍ତି । ମୁଁ ଏହାର ବିରୋଧ କରୁଛି । ଏହା ପରେ କଂଗ୍ରେସ ନେତା ମିଲିନ୍ଦ ଦେୱଡା ମନଜିନ୍ଦର ସିଂ ସିରସା ଜବାବ ଦେଇ ଟ୍ୱିଟ କରି କହିଛନ୍ତି, ଏହା ସବୁ ଗୁଜବ ଅଟେ । କୌଣସି ସେଲିବ୍ରିଟି ନିଶାରେ ନଥିଲେ । ଏହା ସହିତ ସେ ଲେଖିଛନ୍ତି, ‘ମୋ ପତ୍ନୀ ସେହି ପାର୍ଟିରେ ଉପସ୍ଥିତ ଥିଲେ ଏବଂ ସେ ଭିଡିଓରେ ମଧ୍ୟ ନଜର ଆସୁଛନ୍ତି । ସେଠାରେ କେହି ନିଶା ଗ୍ରସ୍ତ ନଥିଲେ । ଯାହା ବିଷୟରେ ଆପଣ ଜାଣି ନାହାଁନ୍ତି ସେ ବିଷୟରେ ମିଛ ପ୍ରଚାର କରନ୍ତୁ ନାହିଁ । ମୁଁ ଆଶା କରୁଛି ଯେ ଆପଣ ଭୁଲ ମାଗିବେ । ’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More