Only for Entertainment

ଘର ଭିତରୁ ମିଳିଲା ଅନେକ ବିଷାକ୍ତ ସାପ, ଭିତର ଦୃଶ୍ୟ ଦେଖି ପୁଲିସଙ୍କର ଉଡିଲା ଚେତା !

0 63

ଭରଜିନିଆର ଏକ ଘରେ କିଛି ଏଭଳି ଦେଖିବାକୁ ମିଳିଥିଲା ଯାହା ଦେଖି ସମସ୍ତଙ୍କ ହୋଶ ଉଡାଇ ଦେଇଛି । ପୁଲିସ ଏହି ଘରୁ ଗୋଟେ କି ଦିଟା ନୁହେଁ ବରଂ ୧୭ଟା ସାପ ବାହାର କରିଛି । ପୁଲିସ ଫେସବୁକ ଜରିଆରେ ବତାଇଛନ୍ତି କିଭଳି ଭାବେ ସେ ଏହି ବିଷଧର ସାପକୁ ସେଠାରୁ ବାହାର କରିଛନ୍ତି । ସାପ ମାନଙ୍କୁ ଘରେ ଏଭଳି ବୁଲୁଥିବାର ଦେଖି ପୁଲିସଙ୍କର ମଧ୍ୟ ହୋଶ ଉଡିଯାଇଥିଲା । ୨୭ଅଗଷ୍ଟରେ ପୁଲିସ ଏହି ପୋଷ୍ଟ ଜାରି କରିଥିଲେ ।

ୱେଷ୍ଟ ଭରଜିନିଆ ନ୍ୟାଚୁରାଲ ରିସୋର୍ଷ ପୋଲିସଙ୍କୁ ଖବର ମିଳିଥିଲା ରେ କୌଣସି ଏକ ଘରେ ଅବୈଧ ଭାବେ ଅନେକ ସାପ ରଖାଯାଇଛି । ପୁଲିସକୁ ଖବର ମିଳିଥିଲା ଯେ ଟକ୍କରକାଉଂଟିରେ ସାପକୁ ଧରାଯାଇ ରେନଡାଲ୍ଫ କାଉଂଟିରେ ସେମାନଙ୍କୁ ରଖାଯାଉଛି । ପୁଲିସ କବାଟ ଖୋଲିବା ମାତ୍ରେ ତାଙ୍କର ହୋଷ ଉଡି ଯାଇଥିଲା ।

ଯିଏ ଏହି ସାପ ମାନଙ୍କୁ ଧରି ଥିଲେ ତାଙ୍କୁ ଗିରଫ କରାଯାଇଛି ଏବଂ ଅନେକ ବଡ ବଡ ଧାରା ଲାଗିଛି । ୱେଷ୍ଟ ଭର୍ଜିନିଆରେ ସାପ ରଖିବା ଅନୁମତି ଅଛି ମାତ୍ର ଯାହାର ଲମ୍ବ ୪୨ଇଂଚ । କିନ୍ତୁ ତାଙ୍କ ଘରେ ୧୭ଟି ବିଷାକ୍ତ ସାପ ମିଳିଥିଲା । ଏବେ ଏହି ସାପଙ୍କୁ ଜଙ୍ଗଲରେ ଛାଡି ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More