Only for Entertainment

ମୃତ୍ୟୁ ପରେ ଘଟିଥାଏ ଏପରି କିଛି ଯାହା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

Mystery called 'LIFE'
0 61

ବୈଜ୍ଞାନିକ ଚେଷ୍ଟାରେ ଆଗାମୀ କିଛି ବର୍ଷରେ ମଙ୍ଗଳ ଗ୍ରହ ଓ ଚନ୍ଦ୍ରରେ ଜମି ବିକ୍ରି ହୋଇ ଘର ତିଆରିର ଯୋଜନା ଆରମ୍ଭ ହେଲାଣି । ରୁଷଆର ମହାକାଶ ସଂସ୍ଥା ମହାକାଶରେ ପଂଚତାରକା ହୋଟେଲ ନିର୍ମାଣ କରିବ ବୋଲି ଘୋଷଣା କରିଛି । ଏପରିସ୍ଥଳେ ମୃତ୍ୟୁ ପର ସ୍ଥିତିକୁ ଠାବ କରିପାରିନାହିଁ ମନୁଷ୍ୟ । ତେବେ ନେଦରଲ୍ୟାଣ୍ଡର ବିଶେଷଜ୍ଞ ଦଳ ଏ ସଂକ୍ରାନ୍ତରେ କିଛି ତଥ୍ୟ ପ୍ରକାଶ କରିଛନ୍ତି ।

ଅନେକ ଲୋକଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ୭୨ ବର୍ଷୀୟ ମହିଳା ସେନି କ୍ରୁ । ୩ ବର୍ଷ ତଳେ ଏକ ଦୁର୍ଘଟଣାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ତେବେ ଶବ ବ୍ୟବଚ୍ଛେଦ ସମୟରେ ହିଁ ସେ ଚିତ୍କାର କରିଥିଲେ । ଡାକ୍ତରୀ ପରୀକ୍ଷାରେ କୌଣସି ଭୁଲଭଟକା ନଥିଲା । ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ହୃତସ୍ପନ୍ଦନ ବନ୍ଦ ହୋଇଯାଇଥିଲା । ନିଦରୁ ଉଠିବା ପରି ସେନି ଚିତ୍କାର କରି କହିଥିଲେ, ହେ ଇଶ୍ୱର ! ମୁଁ ରକ୍ଷା ପାଇଗଲି । ତୁମକୁ ଅଶେଷ ଧନ୍ୟବାଦ । ପରେ ସେନି ସମସ୍ତ ଘଟଣା ବଖାଣିଥିଲେ । ତାଙ୍କ କହିବା ଅନୁସାରେ ତାଙ୍କର ସମ୍ପର୍କୀୟମାନେ ସେନିଙ୍କୁ ଏକ ଉଜ୍ଜ୍ୱଳ ସ୍ଥାନକୁ ନେଇଆସିଥିଲେ । ହେଲେ ସେଠାରେ ବସିଥିବା ବ୍ୟକ୍ତି ସେନିଙ୍କର ସମୟ ହୋଇନାହିଁ ବୋଲି କହିଥିଲେ । ଏହାପରେ ସେନି ନିଜକୁ ବ୍ୟବଚ୍ଛେଦ ଗୃହରେ ଠାବ କରିଥିଲେ । ବିଶେଷଜ୍ଞମାନେ ବିଭିନ୍ନ ପରୀକ୍ଷାରୁ ପ୍ରକାଶ କରିଛନ୍ତି ଯେ ଏହି ବୃଦ୍ଧାଜଣକ ଗୋଟିଏ ଶବ୍ଦ ମଧ୍ୟ ମିଛ କହିନଥିଲେ ।

ସେହିପରି ଲଣ୍ଡନର ଏକ ଘଟଣା । ବୟସ୍କ ଦମ୍ପତି ହ୍ୟାରି-ନିଏରା ଅଙ୍ଗେନିଭା ଘଟଣା । ସମୁଦ୍ରରେ ସନ୍ତରଣ ସମୟରେ ଦୁହେଁ ପ୍ରାଣ ହରାଇଥିଲେ । ଉଦ୍ଧାରକାରୀ ଦଳ ସେମାନଙ୍କର ମୃତ ଦେହକୁ କୂଳକୁ ଆଣିଥିଲେ । ମୃତ ଘୋଷିତ ୯ ଘଣ୍ଟା ପରେ ସେମାନେ ପୁନଃ ଜୀବନଦାନ ପାଇଥିଲେ । ଦୁହେଁ କହିଥିଲେ, ଗଭୀର ନିଦରେ ଶୋଇବା ପରି ଅନୁଭୂତ ହେଲା । ସେହି ନୂଆ ରାଇଜରେ କେହି କାହାର ଶତ୍ରୃ କିମ୍ବା ମିତ୍ର ନୁହନ୍ତି । ସେଠାରେ ରହିବା ପରେ ଜଣେ ବ୍ୟକ୍ତି ସେମାନଙ୍କୁ କହିଥିଲେ, ସେହି ରାସ୍ତାରେ ଆଗକୁ ଯାଅ । ଅଗ୍ରସର ହେବା ପରେ ଜୋର ଏକ ଶବ୍ଦରେ ହ୍ୟାରି ଓ ନିଏରା ଆଖି ବନ୍ଦ କରିଦେଇଥିଲେ । ସେହି ସମୟରେ ହିଁ ଡାକ୍ତର ତାଙ୍କୁ ଜୀବିତ ଘୋଷଣା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More