Only for Entertainment

ବ୍ରେକଅପ ପରେ ଇଣ୍ଡିଆନ ଆଇଡଲର ଏହି ସିଙ୍ଗରଙ୍କୁ ଡେଟ କରୁଛନ୍ତି ନେହା କକ୍କର ?

instgram
190

ବଲିଉଡ ଲୋକପ୍ରିୟ ସିଙ୍ଗର ନେହା କକ୍କରଙ୍କ ଲଭ ଲାଇଫକୁ ନେଇ ଏବେ ଚର୍ଚ୍ଚୀ ହେବାରେ ଲାଗିଛି । ୪ ବର୍ଷ ରିଲୋସନସିପ ପରେ ନିକଟରେ ଅଭିନେତା ହିମାନ୍ସ କୋହଲୀଙ୍କ ସହିତ ନେହା କକ୍କରଙ୍କର ବ୍ରେକଅପ ହୋଇଥିଲା । ବ୍ରେକଅପ ପରେ ନେହା ଡିପ୍ରେସନକୁ ଚାଲିଯାଇଥିଲା । ଏବେ ଖବର ଶୁଣିବାକୁ ମିଳୁଛି ଯେ, ନେହାଙ୍କ ଜୀବନରେ ନୂଆ ପ୍ରେମ ଏଣ୍ଟ୍ରି ନେଇଛି ।

ରିପୋର୍ଟ ଅନୁସାରେ ନେହା କକ୍କର ଇଣ୍ଡିଆନ ଆଇଡଲ ୧୦ର ପ୍ରତିଯୋଗୀ ବିଭୋର ପାରାଶରଙ୍କୁ ଡେଟ କରୁଛନ୍ତି । ନେହା ଇଣ୍ଡିଆନ ଆଇଡଲ ୧୦ର ଜଜ୍ ଥିଲେ । ତେବେ ଏହି ଖବରକୁ ନେଇ ବିଭୋର ଖୁବ ଅପସେଟ ଥିବା ଜଣାପଡିଛି ।

 

ଏକ ଇଣ୍ଟରଭ୍ୟୁରେ ବିଭୋର କହିଛନ୍ତି, ‘ଆପଣଙ୍କୁ ଏହା ଗୁଜବ ହିସାବରେ ନେବା ଦରକାର । ଏହା ଲୋକଙ୍କ ଘୃଣ୍ୟ ମାନସିକତା । ଯଦି କେହି ଆପଣଙ୍କ କ୍ୟାରିଅର ଗଢିବାରେ ସାହାଯ୍ୟ କରଛି ତେବେ ତାହାର ଅର୍ଥ ସେ ଆପଣଙ୍କ ମଧ୍ୟରେ ଟ୍ୟାଲେଣ୍ଟ ଦେଖିଛି । ମୁଁ ନେହାଙ୍କୁ ଦିଦି କୁହେନାହିଁ ବୋଲି ସମସ୍ତେ ଭାବୁଛନ୍ତି ସେ ମୋ ଗର୍ଲଫ୍ରେଣ୍ଡ ।’

ଏହା ସହିତ ବିଭୋର କହିଥିଲେ, ନେହା ହେଉଛନ୍ତି ମୋ ପ୍ରେରଣା ଏହି ଭଳି ଖବର ଶୁଣିଲେ ମୋ ମୁଣ୍ଡ ଖରାପ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More