Only for Entertainment

ଜାଣନ୍ତୁ କେଉଁ କାରଣରୁ ବାରମ୍ବାର ଲାଗିଥାଏ ଭୋକ !

wordpress.com
0 48

ସକାଳେ ପେଟ ଭରି ଖାଇବା ପରେ ମଧ୍ୟ ଲୋକଙ୍କ ମଧ୍ୟରେ ଭୋକ ଭଳି ସମସ୍ୟା ଦେଇଥାଏ । ପେଟର ଭୋକକୁ ଶାନ୍ତ କରିବା ଳାଗି ଆପଣ କିଛି ହାଲକା ଖାଇ ନେଇଥାଆନ୍ତି । ଏହାକୁ ଖାଇବାର ଅଧଘଂଟା ପରେ ପୁଣି ଏପରି ଲାଗେ ଯେପରି ଆପଣ କିଛି ଖାଇ ନାହାନ୍ତି । ଭୋକ ଲାଗିବା ଭଲ କଥା ଅଟେ ମାତ୍ର ଜରୁରୀ ଠାରୁ ଅଧିକ ଭୋକ ଲାଗିବା ଭଲ ଲକ୍ଷଣ ନୁହେଁ । ଏହା କୌଣସି ପ୍ରକାର ରୋଗର ସଙ୍କେତ ଅଟେ ।
ଏହି କାରଣକୁ ଜାଣିବା ପରିବର୍ତ୍ତେ କିଛି ବ୍ୟକ୍ତି ଅଧିକରୁ ଅଧିକ ଖାଇ ଥାଆନ୍ତି । ଯେଉଁ କାରଣରୁ ପାଚନକ୍ରିୟା ଦୁର୍ବଳ ହୋଇପଡିଥାଏ । ଯଦି ଆପଣ ଖାଦ୍ୟ ଖାଇଲା ପରେ ଭୋକିଲା ଅନୁଭବ କରୁୁଛନନ୍ତି ତେବେ ଏହାକୁ ନଜର ଅନ୍ଦାଜ ନକରି ଏହା ପଛରେ ଥିବା କାରର ଜାଣିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆମେ ଆପରଙ୍କୁ ଏଠାରେ ବାରମ୍ବାର ଭୋକ ଲାଗିବା କାରଣ ସମ୍ବନ୍ଧରେ କିଛି ଟିପ୍ପଣୀ ପ୍ରଦାନ କରିବୁ ।

୧. ପ୍ରୋଟିନ ଏବଂ ଫାଇବର ଅଭାବ :
ଭୋଜନରେ ପ୍ରୋଟିନ ଏବଂ ଫାଇବର ମାତ୍ରା ସଠିକ ହେବା ଜରୁରୀ । ଖାଦ୍ୟରେ ଏହାର ପରିମାଣ କମ କାରଣରୁ ବ୍ୟକ୍ତିର ପେଟ ଭରି ନଥାଏ ଏବଂ ଏହି କାରଣରୁ ସବୁବେଳେ ଭୋକ ଲାଗିଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ଲାଗି କ୍ୟାଲୋରୀ ଭରି ରହିଥିବା ଖାଦ୍ୟ ଖାଆନ୍ତୁ ।

୨. ନିଦ ପୂରା ନହେଲେ:
ସମସ୍ତ ବ୍ୟକ୍ତିଙ୍କୁ ୭ରୁ ୮ଘଂଟା ଶୋଇବା ନିତ୍ୟାନ୍ତ ଆବଶ୍ୟକ । ଏହା କରିବା ଦ୍ୱାରା ମଣିଷ ଶରୀରରେ ସତେଜତା ଭରି ରହିଥାଏ । ନିଦ ପୂରା ହେବା ଦ୍ୱାରା ପେଟ ମଧ୍ୟ ଭଲ ରହେ ଏବଂ ଏହାସହ ବାରମ୍ବାର ଭୋକ ମଧ୍ୟ ଲାଗି ନଥାଏ ।

୩. ସକାଳ ଭୋଜନ ନଖାଇଲେ :
କିଛି ବ୍ୟକ୍ତି ସକାଳ ଖାଇବା ଖାଆନ୍ତି ନାହିଁ କିମ୍ବା ସମୟ ଅଭାବ ହେତୁ ତରବରିଆ ଭୋଜନ କରିଥାଆନ୍ତି । ଏହା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ ଏବଂ ଏହାସହ ସବୁ ସମୟରେ ଭୋକିଲା ଅନୁଭବ ହୋଇଥାଏ । ଯଦି ଆପଣ ଆପଣଙ୍କ ଖାଦ୍ୟରେ ପ୍ରୋଟିନ ସାମିଲ କରୁଛନ୍ତି ,ପରି ସମସ୍ୟାରୁ ଆପଣ ମୁକ୍ତି ପାଇପାରିବେ ।

୪. ଅଳ୍ପ ପରିମାଣରେ ପାଣି ପିଇବାଦ୍ୱାରା :
ଅଳ୍ପ ପରିମାଣରେ ପାଣି ପିଇବା ହେତୁ ଅନେକ ସମସ୍ୟା ଦେଖା ଦେଇଥାଏ । ଏହଦ୍ୱାରା କେଶ ଏବଂ ତ୍ୱଚାରେ ଅନେକ ଅସୁବିଧା ଦେଖା ଯାଇଥାଏ । ଏହାସହ ପାଣିର ଅଭାବରେ ପାଚନକ୍ରିୟା ମଧ୍ୟ ଦୁର୍ବଳ ହୋଇଯାଏ । ଗୋଟେ ଦିନରେ ୭ରୁ ୮ଗ୍ଲାସ ପାଣି ପିଇବା ଉଚିତ୍ । ଏହାଦ୍ୱାରା ଶରୀର ନିୟନ୍ତ୍ରଣରେ ରହିଥାଏ ।

୫. ଗର୍ଭାବସ୍ଥା :
ଏହି ଅବସ୍ଥାରେ ମହିଳାଙ୍କୁ ପୂର୍ବ ଅପେକ୍ଷା ଅଧିକ ଭୋକ ଲାଗିଥାଏ । ଏଥିପାଇଁ ଭୟ କରିବା କିଛି ଦରକାର ନାହିଁ । କାରଣ ଏହି ସମୟରେ ଗର୍ଭରେ ଥିବା ଶିଶୁର ଉନ୍ନତି ହେଉଥାଏ । ମା ଯେଉଁ ଖାଦ୍ୟ ଗ୍ରହଣ କରୁଥାଏ ସେହି ଖାଦ୍ୟକୁ ଶିଶୁ ମଧ୍ୟ ଗ୍ରହଣ କରୁଥାଏ । ଏହି କାରଣରୁ ଗର୍ଭାବସ୍ଥାରେ ମହିଳାଙ୍କୁ ବାରମ୍ବାର ଭୋକ ଲାଗିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More