Only for Entertainment

ମୃତ୍ୟୁର ୧୫ ମିନିଟ ପୂର୍ବରୁ ଦୁବାଇ ହୋଟେଲରେ କ’ଣ ଘଟିଥିଲା ଶ୍ରୀଦେବୀଙ୍କ ସହିତ?

zee news
0 112

ବଲିଉଡର ଚାନ୍ଦିନୀ ଶ୍ରୀଦେବୀଙ୍କର ଗତ ଶନିବାର ରାତିରେ ଦେହାନ୍ତ ହୋଇଛି । ଏହି ଖବରରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ସଂପର୍କୀୟଙ୍କ ବିବାହକୁ ଯାଇଥିବା ସମୟରେ ଏଭଳି ଘଟଣା ଘଟିଛି । କିନ୍ତୁ ସେଦିନ ଶ୍ରୀଦେବୀଙ୍କ ପାଇଁ ବୋନି ଏକ ସରପ୍ରାଇଜ ପ୍ଲାନ କରିଥିଲେ, ତାହା ପୂରଣ ହେବାର କିଛି ସମୟ ପୂର୍ବରୁ ଘଟିଥିଲା ଏହି ଦୁର୍ଘଟଣା ।

ସୂଚନା ଅନୁସାରେ ବୋନି ଶ୍ରୀଦେବୀଙ୍କ ପାଇଁ ଏକ ଡିନର ଡେଟ ପ୍ଲାନ କରିଥିଲେ । ଏହା ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ ୧୫ ମିନିଟର ବାର୍ତ୍ତାଳପ ମଧ୍ୟ ହୋଇଥିଲା । ଏହାପରେ ଶ୍ରୀଦେବୀ ବାଥରୁମ ଯାଇଥିଲେ ।

ବାଥରୁମ ଯିବାର ୧୫ ମିନିଟ ପର୍ଯ୍ୟନ୍ତ ଶ୍ରୀଦେବୀ ବାହାରକୁ ନଆସିବାରୁ ବୋନି କବାଟକୁ ଠକଠକ କରିଥିଲେ । କିଛି ସମୟ ଧରି ଭିତରୁ କୌଣସି ଶବ୍ଦ ନ ଆସିବାରୁ ଯେକୌଣସି ଭାବେ ବୋନି କବାଟ ଖୋଲିଥିଲେ । ଭିତରେ ଶ୍ରୀଦେବୀଙ୍କୁ ଦେଖି ସେ ଅବାକ ହୋଇଗଲେ । ସେ ଦେଖିଲେଯେ ଶ୍ରୀଦେବୀ ଚେତାଶୂନ୍ୟ ହୋଇ ପଡ଼ି ରହିଥିଲେ । ଏହାପରେ ସେ ତାଙ୍କୁ ହୋସକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ତତକ୍ଷଣାତ ସେ ତାଙ୍କର ଏକ ବନ୍ଧୁଙ୍କୁ ଫୋନ କରି ଡାକିଥିଲେ । ପାଖାପାଖି ରାତି ୯ଟାରେ ସେ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଂଚିବା ସମୟକୁ ଶ୍ରୀଦେବୀ ଏ ଦୁନିଆରୁ ବିଦାୟ ନେଇ ସାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More