Only for Entertainment

ଶ୍ରୀକୃଷ୍ଣଙ୍କ ସ୍ମୃତିରେ କାନ୍ଦି କାନ୍ଦି ମୃତ୍ୟୁବରଣ କରିଥିଲେ ରାଧା !

39

ରାଧା ଏବଂ ଶ୍ରୀକୃଷ୍ଣଙ୍କ ପ୍ରେମ ଅମର ବୋଲି ଶୁଣିଛନ୍ତି , ଦୁହିଁଙ୍କ ମଧ୍ୟରେ ଯେତେ ଭଲ ପାଇବା ଥିଲା ତାହା ଆଉ କେଉଁଠି ନାହିଁ । ସେହିକାରଣରୁ ଦୁହିଁଙ୍କ ସ୍ମୃତିକୁ ମନେ ରଖିବା ପାଇଁ ବୃନ୍ଦାବନରେ ଅନେକ ମନ୍ଦିର ରହିଛି କିନ୍ତୁ ଆଜି ଆମେ ରାଧାଙ୍କ ମୃତ୍ୟୁ ବିଷୟରେ କହିବୁ । ରାଧାଙ୍କ ମୃତ୍ୟୁ ସମ୍ପର୍କରେ ଖୁବ କମ ଲୋକ ଜାଣନ୍ତି । ଆଜ୍ଞା ହଁ ଏହା ପଛର ଏକ କଥା ରହିଛି, ଯାହା ଆଜି ଆମେ ଆପଣଙ୍କୁ ବତାଇବୁ ।

ଯେତେବେଳେ ଶୀକୃଷ୍ଣ କଂସଙ୍କର ବଧ କରିବା ଏବଂ ଦୁନିଆର ଭଲ ପାଇଁ ମଥୁରା ଯାଇଥିଲେ ସେ ନନ୍ଦ ଗାଁ ରୁ ଚାଲିଯାଇଥିଲେ । ସେ ଯେତେବେଳେ ଗାଁ ଛାଡି ଯାଉଥିଲେ ବାଟରେ ତାଙ୍କୁ ରାଧା ଭେଟ ହୋଇଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କୁ ରାଧା ନିଜ ମଜବୁରୀ କହିଥିଲେ ଏବଂ ମଥୁରା ଯିବା ପରେ ସେ ପୁଣି ଫେରି ରାଧାଙ୍କୁ ଦେଖା କରିବେ ବୋଲି ବଚନ ଦେଇଥିଲେ । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଯାଇଥିଲେ, ରାଧା ଯମୁନା କୁଳରେ ଥିବା ଏକ ଗଛ ତଳେ ବସି ଦିନରାତି କୃଷ୍ଣଙ୍କୁ ମନେ ପକାଇ ଲୁହ ଗଡାଇଥିଲେ ।

ରାଧା ଏତେ ଲୁହ ଗଡାଇଲେ ଯେ ଯମୁନା ନଦୀ ପାଖରେ ଥିବା ମାଟି କାଦୁଅ ହୋଇଗଲା ଏବଂ ରାଧା ସେହି କାଦୁଅରେ ଦବି ମୃତ୍ୟୁବରଣ କରିଥିଲେ । ମିଳିଥିବା ସୂତ୍ରରୁ ପ୍ରକାଶ ଯେ ଏହି ବିଷୟରେ ଶ୍ରୀକୃଷ୍ଣଙ୍କୁ ଜଣା ପଡିବା ପରେ ସେ ରାଧାଙ୍କୁ ଦେଖା କରିବା ଲାଗି ଗଲେ , କିନ୍ତୁ ରାଧାଙ୍କୁ ପାଇ ନଥିଲେ । ଶୁୂଣିବାକୁ ମିଳେ ଯେ ଆଜି ବି ନିଧିବନରେ ଶ୍ରୀକୃଷ୍ଣ ରାଧାଙ୍କୁ ଦେଖା କରିବାକୁ ଯାଆନ୍ତି ଏବଂ ରାସଲୀଳା କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More