Only for Entertainment

କ’ଣ ହୋଇଥାଏ, ଯେତେବେଳେ ସ୍ପେସରେ ପିରିୟଡ଼ସ ହୁଏ?

Smithsonian Magazine
84

ମହିଳାଙ୍କ ପିରିୟଡ଼ସ ସବୁବେଳେ ସମ୍ବେଦନଶୀଳ । ପୁରୁଷ ମାନେ ଏହାକୁ ସାମ୍ନା କରନ୍ତି ନାହିଁ ତେଣୁ ଏହାର ଗମ୍ଭୀରତାକୁ ବୁଝିବା ସେମାନଙ୍କପାଇଁ କଷ୍ଟସାଧ୍ୟ । ମନେ ଅଛି କି ମିସ ୱାର୍ଲଡ ୱେବସିରିଜ । ଯେତେବେଳେ ଜଣେ ପୁଅ ଝିଅ ହୋଇଯାଉଛି ଏବଂ ରାସ୍ତାରେ ତା’ର ପିରିୟଡ଼ସ ହେଉଛି । ସାଧାରଣ ସମୟରେ ପିରିୟଡ଼ର ସାମ୍ନା କରିବା ଯେତେବେଳେ ଖୁବ କାଠିକର ପାଠ ସେତେବେଳେ ସ୍ପେସରେ କ’ଣ ଘଟୁୁଥିବ କେବେ କଳ୍ପନା କରିଛନ୍ତି କି?

ଅନ୍ତରୀକ୍ଷରେ ଥିଲେ ମଧ୍ୟ ଯଦି ମହିଳାଙ୍କ ଶରୀର ଠିକ ରହିଥାଏ ତେବେ ପିରିୟଡ଼ସ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ । ମହିଳା ମାନେ ସାଙ୍ଗରେ ଔଷଧ ମଧ୍ୟ ନେଇ ଯାଇନଥାନ୍ତି । ସେମାନଙ୍କ ସହିତ ଏକ ଡାକ୍ତରୀ ଟିମ ଯାଇଥାଏ । ଯେଉଁମାନେ ତାଙ୍କୁ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଯଦି ସେ ଏହାକୁ ଗ୍ରହଣ ନକରନ୍ତି ତେବେ ସାନିଟାରୀ ପ୍ୟାଡ ବ୍ୟବହାର କରିଥାନ୍ତି ।

ଲୋକ ଭାବନ୍ତି ଗ୍ରାଭିଟି ଥିବା କାରଣରୁ ସେଠାରେ ବ୍ଲଡ କ୍ଲଡ ହୋଇଯାଏ । କିନ୍ତୁ ଏହା ଭୁଲ । ଏଭଳି କିଛି ହୋଇନଥାଏ । ସାଧାରଣ ପ୍ୟାଡ କିମ୍ବା ଟ୍ୟାମ୍ପୋସ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇପାରିବ ।

ୟୁରୋପ ଏବଂ ଭାରତର ଦୁଇଜଣ ମହିଳା ୧୯୯ ଦିନ ପର୍ଯ୍ୟନ୍ତ ସ୍ପେସରେ ଥିଲେ । ଏହାଠାରୁ ଅଧିକ କେହି ରହିନାହାଁନ୍ତି । ତେଣୁ ଏହି ତିନି ମାସ ପାଇଁ ଔଷଧ ନେଇ ଯାଇଥିଲେ । ତେବେ ଆଗାମୀ ଦିନରେ ହେବାକୁ ଥିବା ରିସର୍ଚରେ ତିନି ବର୍ଷ ସମୟ ଲାଗିପାରେ । ତେବେ ଏଥିପାଇଁ ପ୍ରାୟ ୧୧୦୦ ବଟିକା ନେଇ ଯିବାକୁ ପଡ଼ିଥାଏ । କିନ୍ତୁ ଏହା ଉପରେ ରିସର୍ଚ କରାଯାଉଛି ଯେପରି କମ ମେଡିସନରେ ଅଧିକ ଦିନ ରହିହେବ ।

ତେବେ ଔଷଧ ନେବା ପ୍ରକ୍ରିୟାକୁ ବନ୍ଦ ନ କରି ଔଷଧ ଖାଇବା ଉଚିତ । ଏହି ଔଷଧ ଏଷ୍ଟ୍ରୋଜେନ ହାର୍ମୋନକୁ ବୃଦ୍ଧି କରିଥାଏ । ଏହା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ ।

ସୌଜନ୍ୟ the lallantop
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More