Only for Entertainment

କେଶ ଷ୍ଟ୍ରେଟନିଙ୍ଗ କରିବା ଦ୍ୱାରା ହୋଇଥାଏ ଏହି ସମସ୍ତ ସମସ୍ୟା ।

27

କେଶକୁ ଷ୍ଟ୍ରେଟ୍‌ କରିବା ପରେ ପ୍ରଥମେ ଆପଣଙ୍କ କେଶ ଶୁଷ୍କ ହେବା ଆରମ୍ଭ ହୋଇଥାଏ। କେମିକାଲ୍‌ ଓ ହିଟ୍‌ ଆପଣଙ୍କ କେଶରେ ଥିବା ସମସ୍ତ ପୋଷକ ତତ୍ତ୍ୱକୁ ନଷ୍ଟ କରିଦିଏ।

ଷ୍ଟ୍ରେଟ୍‌ କରିବା ପରେ କେଶ ଶୁଷ୍କ ହେବା ଯୋଗୁ ଦୁର୍ବଳ ମଧ୍ୟ ହୋଇଯାଇଥାଏ। ଯେଉଁ କାରଣରୁ କେଶ ମଝିରୁ ଫାଟି ଯାଇଥାଏ। ଏହା ସହିତ କେଶ ଅଗ୍ରଭାଗ ଦୋମୁହାଁ ହେବା ଆରମ୍ଭ ହୋଇଥାଏ। ଯାହା ଦ୍ୱାରା ଆପଣଙ୍କ କେଶ ଖରାପ ହେବାକୁ ଲାଗେ।

ପ୍ରତିଦିନ କେଶକୁ ଷ୍ଟ୍ରେଟ୍‌ କରିବା ଦ୍ୱାରା କେଶରେ ଥିବା ଫଲିକଲ୍ସ୍‌ ମଧ୍ୟ ନଷ୍ଟ ହୋଇଥାଏ। କେଶକୁ ଚିରସ୍ଥାୟୀ ସିଧା କରିବା ପାଇଁ ଯେଉଁ କେମିକାଲ୍‌ ପ୍ରୟୋଗ କରାଯାଇଥାଏ, ତାହା ଦ୍ୱାରା କେଶର ମୂଳ ଦୁର୍ବଳ ହୋଇଥାଏ।

ଷ୍ଟ୍ରେଟ୍‌ ହେବା ପରେ କେଶରେ ଥିବା ଫଲିକଲ୍ସ୍‌ ନଷ୍ଟ ହୋଇଥାଏ। ଏହା ଦ୍ୱାରା ପ୍ରାକୃତିକ ଉପାୟରେ କେଶରେ ତେଲ ଉତ୍ପନ୍ନ ହେବା ବନ୍ଦ ହୋଇଯାଇଥାଏ। ଯେଉଁ କାରଣରୁ କେଶ ଶୁଷ୍କ ହୋଇ ଏହାର ମୂଳ କୁଣ୍ଡାଇ ହେବା ଆରମ୍ଭ ହୁଏ। କେବଳ ଏତିକି ନୁହେଁ ଏହା ଯୋଗୁ ରୂପି ମଧ୍ୟ ସୃଷ୍ଟି ହୋଇଥାଏ। ଏହି ରୂପି ଯୋଗୁ କେଶ ମୂଳ ସହିତ ବେକ ଏବଂ ମଥା ମଧ୍ୟ କୁଣ୍ଡାଇ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More