Only for Entertainment

ଜିତିଥିବା ଟଙ୍କାକୁ ନେଇ କ’ଣ ପ୍ଲାନିଙ୍ଗ କରିଛନ୍ତି ଦୀପିକା?

india today
39

ଗତକାଲି ଦୀପିକା କକ୍କର ଇବ୍ରାହିମ ବିଗବସ ୧୨କୁ ଜିତି ସାରିଛନ୍ତି । ଯଦିଓ ସମସ୍ତଙ୍କର ଆଶା ନଥିଲାଯେ ସେ ଜିତିବେ ବୋଲି ତଥାପି ଏହା ସତ । ଦୀପିକା ଜିତିବା ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଟ୍ରୋଲ କରୁଛନ୍ତି । କାରଣ ଯେତେବେଳେ ସଲମାନ ଉଭୟଙ୍କୁ ପଚାରିଲେ କିଏ ଜିତିଲେ ଆପଣ ଅଧିକ ଖୁସି ହେବେ,ଶ୍ରୀସନ୍ଥ ଦୀପିକାଙ୍କ ନାମ ନେଲେ କିନ୍ତୁ ଦୀପିକା ନିଜ ନାମ ନେଲେ । ତେଣୁ ଲୋକ ତାଙ୍କୁ ଏଥିପାଇଁ ବାରମ୍ବାର ଟ୍ରୋଲ କରୁଛନ୍ତି ଏବଂ ସ୍ୱାର୍ଥପର ବୋଲି ମଧ୍ୟ କହୁଛନ୍ତି । ତେବେ ସେ ଯାହା ହେଉ ଦୀପିକା ତ ବିଜୟିନୀ ହୋଇ ସାରିଛନ୍ତି ଏବଂ ସମସ୍ତଙ୍କ ଟ୍ରୋଲର ଜୱାବ ମଧ୍ୟ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଯିଏ ଅଧିକ ସାଇନ କରେ ତାକୁ ସମସ୍ତେ ଟାର୍ଗେଟ କରନ୍ତି ।

ଏବେ କଥା ହେଉଛି ଜିତିଥିବା ଟଙ୍କାରେ ଦୀପିକା କ’ଣ କରିବାକୁ ଚାହାଁନ୍ତି । ଏହାକୁ ନେଇ ଦୀପିକା କହିଛନ୍ତିଯେ ସେ ଜିତିଥିବା ଟଙ୍କାରେ ତାଙ୍କ ଅମିଙ୍କ ପାଇଁ ଏକ ଘର କିଣିବାକୁ ଚାହାଁନ୍ତି । ଏହି କାରଣ ପାଇଁ ସେ ବିଗବସ ଯାଇଥିଲେ ଏବଂ ଜିତିବାକୁ ଚାହୁଁଥିଲେ । ଏହା ସହିତ ସେ କହିଛନ୍ତିଯେ ସେ ସିଲ୍ପା ସିନେ୍ଧଙ୍କୁ ଖୁବ ପସନ୍ଦ କରନ୍ତି । ସେ ମଧ୍ୟ ସିଲ୍ପାଙ୍କ ଭଳି ଘରେ ଏକା ଖେଳିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More