Only for Entertainment

କ’ଣ ଏହି ବ୍ଲିଡିଂ ଆଇ ଫିଭର ? ଲକ୍ଷଣ ଜାଣନ୍ତୁ ଏବଂ ସାବଧାନତା ଅବଲମ୍ବନ କରନ୍ତୁ ।

thehealthsite.com
0 48

ପୂର୍ବ ଆଫ୍ରିକାରେ ଅନେକ ଲୋକ “ବ୍ଲିଡିଂ ଆଇ ଫେଭର”ର ଶିକାର ହେଉଛନ୍ତି । କିଛିଦିନ ପୂର୍ବେ ଏକ ୯ବର୍ଷ ଶିଶୁର ଏହି ସମସ୍ୟା ଯୋଗୁଁ ମୃତ୍ୟୁ ହୋଇଥିଲା । ଏହାବ୍ୟତୀତ ଜଣେ ଗର୍ଭବତୀ ମହିଳା ଏବଂ ଏକ ପୁରୁଷ ଏହି ରୋଗର ଶିକାର ହୋଇଥିଲେ । ଏହି ରୋଗ ଆଫ୍ରିକା, ଏସିଆ ଏବଂ ପୂର୍ବ ୟୁରୋପରେ ଦୃତ ଗତିରେ ବଢିବାରେ ଲାଗୁଛି । ଅଧ୍ୟୟନ ଅନୁସାରେ ଏହି ରୋଗ ମନୁଷ୍ୟ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ ।

  • କଣ ଏହି ବ୍ଲିଡିଂ ଆଇ ଫେଭର ?
    ଏହି ରୋଗ କ୍ରିମିନ- କଙ୍ଗୋ ହେମରାହୈଜିକ ଭାୟରସ (ଉଉଐଠ) ଦ୍ୱାରା ବ୍ୟାପିଥାଏ । ଏହି ରୋଗରେ ଆଖିରୁ ରକ୍ତ ବାହାରିଥାଏ । ଏବଂ ଧୀରେ ଧୀରେ ଆଖି ଏବଂ ତ୍ୱଚାରେ ନାଲି ଦାଗ ହୋଇଯାଏ । ଏହାବ୍ୟତୀତ ମଳଦ୍ୱାର ଏବଂ ପାଟିରୁ ମଧ୍ୟ ରକ୍ତ ବାହରିବା ଏହି ରୋଗର ସଂକେତ ଅଟେ ।
  • ଏହି ରୋଗର ଲକ୍ଷଣ :
    ମୁଣ୍ଡ ବ୍ୟଥା
    ଜ୍ୱର
    ମାଂସପେଶୀରେ ବ୍ୟଥା
    ତ୍ୱଚାରେ ଦାଗ ପଡିବା
    ଝାଡା ବାନ୍ତି
    ହାଇପର ଟେନସନ
    ବିଚଳିତ ଲାଗିବା
    ପେଟ ବ୍ୟଥା

ଏହି ରୋଗର ଚିକିତ୍ସା ଲାଗି ଚିକିତ୍ସକ ରବାଭିରିନ ନାମକ ଡ୍ରଗ ବ୍ୟବହାର କରିଥାଆନ୍ତି ଏବଂ ଇମ୍ୟୁନଗ୍ଲୋବୁଲିନ ଥେରାପିରେ ମଧ୍ୟ ଏହାର ଚିକିତ୍ସା କରାଯାଇଥାଏ । ଏହି ରୋଗରୁ ମୁକ୍ତି ପାଇଁ ଏଯାଏ କୌଣସି ଟୀକାକରଣ ଉପଲବ୍ଧ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More