Only for Entertainment

ଶରୀର ଯନ୍ତ୍ରଣା ସହ କୁଣ୍ଡଳୀ ଗ୍ରହର କ’ଣ ରହିଛି ସମ୍ପର୍କ, ଜାଣନ୍ତୁ !

jansatta
25

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତ୍ୟେକ ବସ୍ତୁ ଏବଂ ଘଟଣା ସହ କୁଣ୍ଡଳୀ ଜଡିତ ଅଟେ । କୁଣ୍ଡଳୀ ର ଗ୍ରହ ସମସ୍ତ ଜିନିଷକୁ ପ୍ରଭାବିତ କରିଥାଏ । ଆସନ୍ତୁ ଜାଣିବା ଶାରୀରିକ ଯନ୍ତ୍ରଣା କୁଣ୍ଡଳୀ ଗ୍ରହ ଦୋଷ ସହ କଣ ସମ୍ବନ୍ଧ । ଜ୍ୟୋତିଷଙ୍କ କହିବା ଅନୁସାରେ କୁଣ୍ଡଳୀରେ ରାହୁ ଦଶା ଦୁର୍ବଳ ହେଲେ ବ୍ୟକ୍ତିଙ୍କୁ ଅନେକ ପ୍ରକାର ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । କୁହାଯାଏ ରାହୁ ଦୋଷ ବ୍ୟକ୍ତିକୁ ଚିନ୍ତା ଏବଂ କ୍ରୋଧିତ କରାଏ । ଏହି ଦଶାରେ ବ୍ୟକ୍ତି ଅନ୍ୟମାନଙ୍କ ସହ ଲଢେଇ କରିଥାଏ । ଏଭଳି ମାନ୍ୟତା ମଧ୍ୟ ରହିଛି ରାହୁ ଦୋଷ କାରଣରୁ ବ୍ୟକ୍ତି ଅଳସୁଆ ହୋଇଯାଏ ଏବଂ ଛୋଟ ଛୋଟ କାର୍ଯ୍ୟକୁ ମଧ୍ୟ ପୂରଣ କରେ ନାହିଁ । ଏହାସହ ରାହୁ ଖରାପ ହେଲେ ଦୁର୍ଘଟଣାର ମଧ୍ୟ ଶିକାର ହେବାକୁ ପଡିଥାଏ ।

ଆପଣ ଜାଣି ରଖିବା ଉଚିତ ଯେ ରାହୁ ଲଗ୍ନ ସହ ସମ୍ବନ୍ଧ ହେବା ଦ୍ୱାରା ଖରାପ ହୋଇଥାଏ । କୁହାଯାଏ ଯେଏଭଳି ଦଶାରେ ବ୍ୟକ୍ତିକୁ ଜର ମଧ୍ୟ ହୋଇଥାଏ । ଏହା ଅତ୍ୟଧିକ ହୋଇଥାଏ । ଏଥିରେ ବ୍ୟକ୍ତିର ଶରୀରରେ ଖୁବ କଷ୍ଟ ହୋଇଥାଏ । ଏଭଳିକି କୁଣ୍ଡଳୀରେ ରାହୁର ଅନ୍ୟ ଗ୍ରହ ମାନଙ୍କ ସମ୍ପର୍କ ଅଶୁଭ ମାନା ଯାଇଥାଏ । ଏଭଳି ଶୁଣାଯାଏ ଯେ ଏହି ସମୟରେ ବ୍ୟକ୍ତିକୁ ଆଖି ସହ ଜଡିତ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ ।

କୁଣ୍ଡଳୀରେ ରାହୁ ଏବଂ ଶନି ଦଶା ମିଶିଲେ ଅନେକ ଦୁର୍ଘଟଣାର ସାମ୍ନା କରିବାକୁ ପଡିଥାଏ । ଶରୀରରେ ପେଟର ସ୍ଥାନ ମଙ୍ଗଳଗ୍ରହକୁ ମାନାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ମଙ୍ଗଳ ଦୋଷ ଖରାପ ହେଲେ ବ୍ୟକ୍ତିକୁ ପେଟ ସହ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହିକାରଣରୁ ଲୋକେ ମଙ୍ଗଳ ଗ୍ରହକୁ ମଜଭୂତ କରିବା ପାଇଁ ପ୍ରୟାସ କରିଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More