Only for Entertainment

କେବିସିରେ ଆମୀର ଖାନଙ୍କ ଅଡ଼ୁଆ ପ୍ରଶ୍ନରେ ଛନ୍ଦି ହେଲେ ବିଗ ବି ଅମିତାଭ ବଚ୍ଚନ ।

youtube
33

କେବିସି ଏଭଳି ଏକ ଶୋ ଯାହା ସମସ୍ତଙ୍କ ସ୍ୱପ୍ନ ପୂରଣ କରିବାର ଏକ ମାଧ୍ୟମ କହିଲେ ଭୁଲ ହେବ ନାହିଁ । ପ୍ରଶ୍ନର ଉତ୍ତର ଦେଇ କୋଟିପତି ହେବାର ଏହା ଏକ ସୁବର୍ଣ୍ଣ ସୁଯୋଗ । କେବିସିକୁ ତ ସାଧାରଣ ଜନତା ଆସିଥାନ୍ତି ଖେଳିବାକୁ, କିନ୍ତୁ କେବେ କେବେ ସେଲିବ୍ରେଟୀ ମାନେ ମଧ୍ୟ ଆସିଥାନ୍ତି ମନୋରଂଜନ କରିବା ପାଇଁ । ଏହା ଶୋ’ର ଟିଆରପି ମଧ୍ୟ ବଢାଇଥାଏ । ତେବେ ଏହିଥର ଏଭଳି ଜଣେ ପ୍ରତିଯୋଗୀ ଆସିବେ ଯାହାଙ୍କ ପ୍ରଶ୍ନରେ ବିଗ ବି ଅଡ଼ୁଆରେ ପଡ଼ିଯିବେ । ଅବଶ୍ୟ ଏଭଳି ପ୍ରଶ୍ନ ବଲିଉଡରେ ଆଉ କିଏ ବା ପଚାରିପାରେ । ସେ ଅନ୍ୟ କେହି ନୁହଁନ୍ତି ସେ ହେଉଛନ୍ତି ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନ । ଆମୀରଙ୍କ ପ୍ରଶ୍ନରେ ଛନ୍ଦି ହୋଇ ଯାଇଛନ୍ତି ବିଗ ବି ।

ଶୁକ୍ରବାର ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କର୍ମ ବୀର ଏପିସୋଡ୍‌’ରେ ସ୍ୱତନ୍ତ୍ର ଅତିଥିଭାବେ ଆମିର୍ ଖାନକୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅମିତାଭଙ୍କୁ କହିଥିଲେ ଆପଣ ସବୁବେଳେ କଠିନ୍‌ ପ୍ରଶ୍ନ କରନ୍ତି। ଆଜି ମୁଁ ଆପଣଙ୍କୁ ପ୍ରଶ୍ନ କରିବି। ଯାହାର ଉତ୍ତର ଆପଣଙ୍କୁ ଦେବାକୁ ପଡ଼ିବ। ଏହା ଶୁଣି ଅମିତାବ ପ୍ରଥମେ ଚମକି ପଡ଼ିଥିଲେ। ପରେ ପ୍ରଶ୍ନ ପଚରାଯିବାର କାର୍ଯ୍ୟକ୍ରମ ଆରମ୍ଭ ହେଲା।

ଆମିର ପ୍ରଶ୍ନ କରିଥିଲେ ଆପଣ ଘରକୁ ବିଳମ୍ବରେ ଯିବାର କାରଣ କ’ଣ ହୋଇପାରେ?

ଏ-ଆପଣଙ୍କୁ ଘରକୁ ପ୍ରବେଶ କରିବାର ଅନୁମତି ମିଳେନି ?

ବି-ଜୟା ବଚ୍ଚନ କୁହନ୍ତି କି କ’ଣ ଏଇଟା ହେଉଛି ଆସିବା ସମୟ?

ସି-କ’ଣ ଘରକୁ ପ୍ରବେଶ ପାଇଁ ସୁରକ୍ଷା କର୍ମରୀଙ୍କୁ ପଟେଇବାକୁ ପଡ଼େ?

ଡି-ନା ଭୋକରେ ଶୋଇବାକୁ ପଡ଼େ?

ଏହି ପ୍ରଶ୍ନ ଶୁଣି ଅମିତାଭଙ୍କ ମୁହଁର ଭାବଭଙ୍ଗୀ ବଦଳି ଯାଇଥିଲା। ଏହି ପ୍ରଶ୍ନର ନିଜେ ଅମିତାଭ ଉତ୍ତର ଦେଇପାରି ନଥିଲେ। ତେବେ ଏହାର ଜବାବ ଆମିର ଖାନ୍‌ କ’ଣ ଦେଉନ୍ତି ତାହା ଆପଣଙ୍କୁ ଏହି ଏପିସୋଡ ଆସନ୍ତା ସପ୍ତାହରେ ଦେଖିବାକୁ ପଡ଼ିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More