Only for Entertainment

ପ୍ରଭାସଙ୍କ ପାଇଁ ମୋବାଇଲ ଟାୱାରରେ ଚଢିଲେ ପ୍ରଶଂସକ, ଦେଲେ ତଳକୁ ଡେଇଁବାର ଧମକ

Tollywood
44

ବାହୁବଳୀ ଅଭିନେତା ପ୍ରଭାସଙ୍କୁ ନେଇ ଫ୍ୟାନ୍ସଙ୍କ ପାଗଳାମୀ ଅନେକ ସମୟରେ ଦେଖିବାକୁ ମିଳିଥାଏ । ଏବେ ପ୍ରଭାସଙ୍କର ଜଣେ ଫ୍ୟାନ୍ସଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ତେଲେଙ୍ଗାନାର ଜଙ୍ଗମରେ ଅଭିନେତା ପ୍ରଭାସଙ୍କ ଜଣେ ଫ୍ୟାନ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଅସଲରେ ପ୍ରଭାସଙ୍କୁ ଦେଖା କରିବା ପାଇଁ ଜିଦି କରି ଏହି ଫ୍ୟାନ ଜଣକ ମୋବାଇଲ ଟାୱାର ଉପରେ ଚଢି ସେଠାରୁ ଡେଇଁବାର ଧମକ ଦେଇଥିଲେ ।

ସୋସିଆଲ ମିଡିଆରେ ପ୍ରଭାସଙ୍କ ଏହି କ୍ରେଜି ଫ୍ୟାନଙ୍କ ମୋବାଇଲ ଟାୱାରରେ ଚଢିବାର ଫଟୋ ସାମ୍ନାକୁ ଆସିଛି । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ ଫ୍ୟାନ ଜଣଙ୍କ ମୋବାଇଲ ଟାୱାରରେ ଚଢି ଡେଇଁବାର ଧମକ ଦେଇଥିଲେ । ଏବଂ କହିଥିଲେ ଯଦି ପ୍ରଭାସଙ୍କ ସହିତ ତାଙ୍କର ମିଟିଂ ଆରେଞ୍ଜ ନକରାଯାଏ ତେବେ ସେ ଟାୱାର ଉପରୁ ଡେଇଁ ପଡିବେ । ପୋଲିସ ଏବଂ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମାତ୍ର ସେ ତଳକୁ ଆସିବା ପାଇଁ ମନା କରିଦେଲେ ।

ପରେ ଏହି ମାମଲା କିପରି ହ୍ୟାଣ୍ଡେଲ କରାଯାଇଥିଲା ତାହାର ଖବର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପ୍ରଭାସଙ୍କୁ ଏହି ଘଟଣା ବିଷୟରେ ଜଣାଇ ଦିଆଯାଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More