Only for Entertainment

ଆପିଏଲରେ ୧୫ ମିନିଟ ପର୍ଫମାନ୍ସ ପାଇଁ ରଣବୀର ନେବେ ଏତେ ଟଙ୍କା! ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

DNA India
0 63

୭ ଏପ୍ରିଲରୁ ଆପିଏଲ ସିଜିନ ୧୧ ଆରମ୍ଭ ହେବାକୁ ଯାଉଛି । ଆପିଏଲର ଉଦଘାଟନ ଉତ୍ସବରେ ଦର୍ଶକ ରଣବୀର ସିଂ ପର୍ଫମାନ୍ସ ଦେଖିପାରିବେ । ସବୁଠାରୁ ମଜା କଥା ହେଉଛି ୧୫ ମିନିଟ ପର୍ଫମାନ୍ସ ପାଇଁ ରଣବୀର ସିଂଙ୍କୁ ୫ କୋଟି ଟଙ୍କା ଦିଆଯିବ ।

ରିପୋର୍ଟ ଅନୁସାରେ ଉଦଘାଟନ ଉତ୍ସବରେ ପର୍ଫମ କରିବା ପାଇଁ ରଣବୀରଙ୍କୁ ୫ କୋଟି ଦିଆଯିବ । ଖବର ଅନୁସାରେ ଅରଗାନାଇଜିଙ୍ଗ ଟିମ ପ୍ରଥମରୁ ହିଁ ନିର୍ଣ୍ଣୟ ନେଇଛନ୍ତି ଯେ ତାଙ୍କୁ ଉଦଘାଟନ ଉତ୍ସବରେ ରଣବୀରଙ୍କ ପର୍ଫମାନ୍ସ ଦରକାର । ସେଥିପାଇଁ ରଣବୀରଙ୍କୁ ଏତେ ବଡ ରକମ ଅଫର କରାଯାଉଛି ।

Ranveer-Singh-3-featured

ଆଶା କରାଯାଉଛି ଯେ ରଣବୀର ନିଜ ଜବରଦସ୍ତ ଡ୍ୟାନ୍ସ ଦର୍ଶକଙ୍କୁ ଝୁମାଇବେ । ରଣବୀର ବର୍ତ୍ତମାନ ‘ଗଲି ବୟ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ସେ ଏକ ର୍ୟାପର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ରଣବୀରଙ୍କ ସହିତ ଆଲିୟା ଭଟ୍ଟ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ୧୪ ଫେବୃୟାରୀ ୨୦୧୯ରେ ରିଲିଜ ହେବ । ଏହା ବ୍ୟତିତ ସେ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମଧ୍ୟ ନଜର ଆସିବେ । ଏଥିରେ ତାଙ୍କ ବିପକ୍ଷରେ ସାରା ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More