Only for Entertainment

ଇତିହାସ ରଚିବ ପ୍ରଭାସଙ୍କ ‘ସାହୋ’, ୮ ମିନିଟର ସିକ୍ୱେନ୍ସରେ ଖର୍ଚ୍ଚ ହୋଇଛି ୭୦ କୋଟି!

aajtak
116

ପ୍ରଭାସଙ୍କ ଆକ୍ସନ ଏବଂ ଷ୍ଟଂଟସରେ ଭରପୂର ଫିଲ୍ମ ‘ସାହୋ’ ଏବେ ଚର୍ଚ୍ଚାରେ ରହିଛି । ଫିଲ୍ମର ଟିଜର, ପୋଷ୍ଟର ଏବଂ ପ୍ରଥମ ଗୀତ ‘ସାଇକୋ ସେୟାଁ’ ରିଲିଜ ହୋଇ ସାରିଛି । ସାହୋ’କୁ ବର୍ଷର ସବୁଠାରୁ ବଡ଼ ଆକ୍ସନ ଏଂଟରଟେନମେଂଟ ଫିଲ୍ମ କରବା ପାଇଁ ନିର୍ମାତା ପ୍ରଚୁର ମାତ୍ରାରେ ଟଙ୍କା ଖର୍ଚ୍ଚ କରିଛନ୍ତି । ରିପୋର୍ଟ ଅନୁସାରେ ଏହାର ଏକ ୮ ମିନିଟର ଆକ୍ସନ ସିକ୍ୱେନ୍ସ ପାଇଁ ନିର୍ମାତା ୭୦ କୋଟି ଖର୍ଚ୍ଚ କରିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ସିନେମାଟୋଗ୍ରାଫରଙ୍କ କହିବା ଅନୁସାରେ ଅବୁ ଧାବିରେ ସୁଟ ହୋଇଥିବା ୮ ମିନିଟର ଆକ୍ସନ ସିକ୍ୱେନ୍ସରେ ନିର୍ମାତା ୭୦ କୋଟି ଖର୍ଚ୍ଚ କରିଛନ୍ତି । ଏହା ସହିତ ସେ କହିଛନ୍ତିଯେ ଭିଜୁଆଲ ଦେଖିବା ପରେ ଲାଗୁଛି ଫିଲ୍ମ ଇତିହାସ ରଚିବ । ଏହା ଖୁବ କମ ଦେଖିବାକୁ ମିଳେ ଯେତେବେଳେ ନିର୍ମାତା ସିଙ୍ଗଲ ସିକ୍ୱେନ୍ସ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଆକ୍ସନ ସିକ୍ୱେନ୍ସର ନିର୍ଦ୍ଦେଶକ ହେଉଛନ୍ତି ଫେନି ବେଟସ୍ । ଫିଲ୍ମର ୯୦ ପ୍ରତିଶତ ଫାଇଟ ଦୃଶ୍ୟ ରିଅଲ ।

ଫିଲ୍ମରେ ପ୍ରଭାସଙ୍କ ଅପୋଜିଟରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂର । ଏହା ବ୍ୟତୀତ ମନ୍ଦିରା ବେଦୀ, ନୀଲ ନିତିନ ମୁକେଶ, ଜ୍ୟାକି ସ୍ରଫ ଏବଂ ଚଙ୍କି ପାଣ୍ଡେ ମଧ୍ୟ ନଜର ଆସିବେ । ଏହି ବର୍ଷ ୧୫ ଅଗଷ୍ଟକୁ ଫିଲ୍ମ ସିନେମା ଘରେ ରିଲିଜ ହେବ । ଏହାକୁ ହିନ୍ଦୀ,ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More