Only for Entertainment

ଜାଣିଛନ୍ତି କି ଜାହ୍ନବୀଙ୍କୁ ଡ୍ୟାନ୍ସ କରୁଥିବାର ଦେଖି କ’ଣ କହିଥିଲେ ସଲମାନ?

aajtak
0 41

ଜାହ୍ନବୀ ଏବେ ଧଡ଼କର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ସେ ସଲମାନଙ୍କ ସହିତ ଜଡ଼ିତ ଏକ ମଜାଦାର କଥା କହିଛନ୍ତି । ଜାହ୍ନବୀଙ୍କ କହିବା ଅନୁସାରେ ୱାେଂଟଡ ଫିଲ୍ମର ସୁଟିଂ ସମୟରେ ସେ ତାଙ୍କ ପାପା ବୋନି କପୁରଙ୍କ ସହିତ ସୁଟିଂ ସେଟ୍କୁ ଯାଇଥିଲେ । ସେଠାରେ ପ୍ରଭୁଦେବା ଗୀତର ଡ୍ୟାନ୍ସ ଷ୍ଟେପରେ ରିହର୍ସଲ କରୁଥିଲେ । ଜାହ୍ନବୀ ପ୍ରଭୁଦେମାଙ୍କ ଡ୍ୟାନ୍ସ ଫର୍ମ ଦେଖି ଅନ୍ୟ ଏକ ପାଶ୍ୱର୍କୁ ଯାଇ ସେହି ମୁଭ୍ସ କରୁଥିଲେ ।

ଜାହ୍ନବୀଙ୍କ ପାଇଁ ସବୁଠାରୁ ବଡ଼ ସରପ୍ରାଇଜ ଥିଲାଯେ ସେ ଡ୍ୟାନ୍ସ କରୁଥିବା ସମୟରେ ସଲମାନ ତାଙ୍କୁ ଦୂରରୁ ଦେଖୁଥିଲେ । ଏହାପରେ ସଲମାନ ତାଙ୍କ ପାଖକୁ ଡାକି କହିଲେ ସମସ୍ତଙ୍କ ସାମ୍ନାରେ ଡ୍ୟାନ୍ସ କରି ଦେଖାଅ । ଏହାପରେ ଜାହ୍ନବୀ ସମସ୍ତଙ୍କ ସାମ୍ନାରେ ଡ୍ୟାନ୍ସ କରିଥିଲେ । ସେହି ସମୟରେ ଜାହ୍ନବୀଙ୍କ ବୟସ ଥିଲା ୧୨ ବର୍ଷ । ଜାହ୍ନବୀ ଏହା ମଧ୍ୟ କହିଲେଯେ ଆଜି ଯେତେବେଳେ ସେହି କଥା ମନେ ପଡ଼ୁଛି ଖୁବ ଲାଜ ଲାଜ ଲାଗୁଛି ।

ଜାହ୍ନବୀଙ୍କ ବଲିଉଡ ଡେବ୍ୟୁ ଏବେ ଖୁବ ଚର୍ଚ୍ଚାରେ ରହିଛି । ତାଙ୍କ ପ୍ରଥମ ଫିଲ୍ମ ଧଡ଼କ ୨୦ ଜୁଲାଇକୁ ରିଲିଜ ବେହାକୁ ଯାଉଛି । ଜାହ୍ନବୀଙ୍କୁ ତାଙ୍କ ପ୍ରିୟ ଆକ୍ଟ ବିଷୟରେ ପଚାରିବାରୁ ସେ କହିଲେଯେ ତାଙ୍କୁ ଓମ ଶାନ୍ତି ଓମ ଖୁବ ପସନ୍ଦ । ଶାହାରୁଖ ଏବଂ ଦୀପିକାଙ୍କ ଅଭିନୟ ତାଙ୍କୁ ଖୁବ ଭଲ ଲାଗିଥିଲା । ଖୁସି ଏବଂ ସେ ଅଧିକାଂଶ ସମୟରେ ନିଜ ନିଜ ମଧ୍ୟରେ ସେହି ଫିଲ୍ମର ଡାଏଲଗ କହି ଅଭିନୟ କରନ୍ତି । ଏହା ସହିତ ଟାଇଟନିକର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More