Only for Entertainment

ସାରାଙ୍କୁ ମିଳିଲା ତୃତୀୟ ଫିଲ୍ମ, ବାପା ସୈଫଙ୍କ ସହିତ କରିବେ ସ୍କ୍ରିନ ସେୟାର ।

DNA India
0 47

ସୈଫ ଅଲୀ ଖାନଙ୍କ ଝିଅ ସାରା ଆଲୀ ଖାନ ଚଳିତ ବର୍ଷ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ସାରାଙ୍କର ଚଳିତ ବର୍ଷ ଗୋଟିଏ ନୁହେଁ ବରଂ ଦୁଇଟି ଫିଲ୍ମ ରିଲିଜ ହେବ । ଗୋଟିଏ କେଦାରନାଥ ଏବଂ ଆଉ ଗୋଟିଏ ସିମ୍ବା । ତେବେ ଏହି ଖବର ମଧ୍ୟରେ ଏବେ ଆଉ ଏକ ଖବର ଶୁଣିବାକୁ ମିଳୁଛି । ଖବର ଅନୁସାରେ ସାରା ନିଜର ତୃତୀୟ ଫିଲ୍ମ ସାଇନ କରିବାକୁ ଯାଉଛନ୍ତି । ତାଙ୍କ ପାଇଁ ଏହି ଫିଲ୍ମ ସବୁଠାରୁ ଖାସ ରହିବ ।

ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ପିତା ସୈଫ ଅଲୀ ଖାନଙ୍କ ସହିତ ସ୍କ୍ରିନ ସେୟାର କରିବେ । ସୈଫ ନିର୍ଦ୍ଦେଶକ ନିତିନ କକ୍କଡଙ୍କ ସହିତ ଅଲୋଚନା କରୁଛନ୍ତି । ଏହି ଫିଲ୍ମ ବାପା ଏବଂ ଝିଅର ସମ୍ପର୍କ ଉପରେ ଆଧାରିତ ହେବ । ଫିଲ୍ମରେ ସୈଫ ଏବଂ ସାରା ଲିଡ ରୋଲରେ ନଜର ଆସିବେ ।

saif-sara-ali-khan-759

ନିର୍ଦ୍ଦେଶକ ନିତିନ କକ୍କଡ ସାରାଙ୍କୁ ଝିଅ ଭୂମିକାରେ ଅଭିନୟ କରିବା ପାଇଁ ଆପ୍ରୋଚ କରିଛନ୍ତି । ଏବଂ ଦୁହଁଙ୍କୁ ସ୍କ୍ରିପ୍ଟ ମଧ୍ୟ ପସନ୍ଦ ଆସିଛି । ଯଦି ସବୁ ଠିକ ରୁହେ ତେବେ ଏହା ସାରା ଏବଂ ସୈଫଙ୍କ ପ୍ରଥମ ଫିଲ୍ମ ହେବ ।

କହିରଖୁଛୁ ଯେ ସାରା ଫିଲ୍ମ କେଦାରନାଥ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ନଜର ଆସିବେ । ଫିଲ୍ମ ୨୮ ନଭେମ୍ବରକୁ ରିଲିଜ ହେବ । ସେହିପରି ସାରା ଦ୍ୱିତୀୟ ଫିଲ୍ମ ସିମ୍ବା ୨୮ ଡିସେମ୍ବରକୁ ରିଲିଜ ହେବ । ଫିଲ୍ମରେ ସେ ରଣବୀର ସିଂଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More