Only for Entertainment

#MeToo : ୨୫ ବର୍ଷ ପୂର୍ବେ ଅଭିନେତା ସୈଫ ଅଲୀ ଖାନଙ୍କ ସହିତ ହୋଇଥିଲା ଉତ୍ପୀଡନ, କହିଲେ ଘଟଣା ଉପରେ ଭାବିଲେ ଆଜି ବି ରାଗ ଲାଗେ ।

you tube
71

ବଲିଉଡର ଅନେକ କଳାକାର ଏବେ #MeToo କ୍ୟାମ୍ପେନ ଜରିଆରେ ନିଜ ସହିତ ହୋଇଥିବା ଶୋଷଣ ବିଷୟରେ ଖୋଲା ଖୋଲି ଭାବରେ କହୁଛନ୍ତି । ଏବେ ଏହି କ୍ୟାମ୍ପେନକୁ ଅଭିନେତା ସୈଫ ଅଲୀ ଖାନ ସପୋର୍ଟ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ସହିତ ହୋଇଥିବା ୨୫ ବର୍ଷ ପୁରୁଣା ଉତ୍ପୀଡନ ବିଷୟରେ ଖୁଲାସା ମଧ୍ୟ କରିଛନ୍ତି । କିନ୍ତୁ ତାଙ୍କ ସହିତ ହୋଇଥିବା ଏହି ହାରାସମେଣ୍ଟ ସେକ୍ସୁଆଲ ନୁହେଁ ବୋଲି ସେ ମତ ଦେଇଛନ୍ତି ।

ସେ କହିଛନ୍ତି ଯେ, ମୁଁ ମୋ କ୍ୟାରିୟର ମଧ୍ୟ ହାରାସମେଣ୍ଟର ସାମ୍ନା କରିଛି । କିନ୍ତୁ ଏହା ସେକ୍ସୁଆଲ ନୁହେଁ । ମୋତେ ୨୫ ବର୍ଷ ପୂର୍ବେ ଶୋଷଣ କରାଯାଇଥିଲା । ଏହା ବିଷୟରେ ଭାବିଲେ ମୋତେ ଆଜି ମଧ୍ୟ ରାଗ ଲାଗିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ୟକୁ ବୁଝନ୍ତି ନାହିଁ । ଅନ୍ୟର ଦୁଃଖ ବୁଝିବା ବହୁତ କଷ୍ଟ । କିନ୍ତୁ ଆଜି ଏହି ବିଷୟରେ କଥା ଦେବାକୁ ଚାହୁଁନି । ଏବେ ଆମେ ମହିଳାଙ୍କ ଉପରେ ଧ୍ୟାନ ଦେବା ଦରକାର ।

ସୈଫଙ୍କ କହିବା ଅନୁସାରେ ଅରୋପୀଙ୍କ ଦଣ୍ଡ ମିଳିବା ଦରକାର । ସାଜିଦଙ୍କ ଉପରେ ଲାଗିଥିବା ଆରୋପକୁ ନେଇ ମଧ୍ୟ ସୈଫ ପ୍ରତିକ୍ରିୟ ଦେଇଛନ୍ତି । ସୈଫ ସାଜିଦଙ୍କ ସହିତ ଫିଲ୍ମ ହମସକଲରେ କାମ କରିଥିଲେ । ସେ କହିଛନ୍ତି ଯେ, ସତ କଣ ମୁଁ ଜାଣି ନାହିଁ । ଯଦି ମୋ ସାମ୍ନାରେ ଏପରି କିଛି ହୋଇଥାନ୍ତା ତେବେ ସେହି ପରିବେଶରେ ମୁଁ କାମ କରି ପାରି ନଥାନ୍ତି । ଏପରି ପରିବେଶ ମୋତେ ଆଦୌ ପସନ୍ଦ ନୁହେଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More