Only for Entertainment

ସୁଶାନ୍ତ-ରଣବୀରଙ୍କ ପରେ ବରୁଣ ଧୱନଙ୍କ ସହିତ ଫିଲ୍ମ କରିବେ ସାରା ଅଲୀ ଖାନ ।

W3LiveNews
0 30

ଅଭିନେତ୍ରୀ ସାରା ଅଲୀ ଖାନଙ୍କ ପ୍ରଥମ ଫିଲ୍ମ ‘କେଦାରନାଥ‘ ରିଲିଜ ହେବାକୁ ଏବେ ଆହୁରି ସମୟ ବାକି ଅଛି । ଇତି ମଧ୍ୟରେ ସେ ନିଜର ଦ୍ୱିତୀୟ ଫିଲ୍ମ ‘ସିମ୍ବା’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମରେ ସେ ରଣବୀର ସିଂଙ୍କ ସହିତ ନଜର ଆସିବେ । ତେବେ ସାରାଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏବେ ଚର୍ଚ୍ଚା ହେଉଛି ଯେ ସୁଶାନ୍ତ ଏବଂ ରଣବୀରଙ୍କ ପରେ ସାରା ଅଭିନେତା ବରୁଣ ଧାୱନଙ୍କ ସହିତ ସ୍କ୍ରିନ ସେୟାର କରିପାରନ୍ତି ।

ରିପୋର୍ଟ ଅନୁସାରେ ଦର୍ଶକଙ୍କୁ ସାରା ଏବଂ ବରୁଣଙ୍କ ଯୋଡି ଦେଖିବାକୁ ମିଳିପାରେ । ବରୁଣ ଧୱନଙ୍କ ଭାଇ ରୋହିତ ଧୱନ ନିଜ ପ୍ରଡକ୍ସନରେ ପ୍ରଥମ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଡେଭିଡ ଧୱନ ନିର୍ଦ୍ଦେଶନା ଦେବେ । ଏବେ ଫିଲ୍ମର ସ୍କ୍ରିପ୍ଟିଂ କାମ ଆରମ୍ଭ ହୋଇଯାଇଛି । ଆଗାମୀ ବର୍ଷ ଫେବୃୟାରୀରେ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ।

varun

କହିରଖୁଛୁ ଯେ ଧୱନ ଫ୍ୟାମିଲି ନିଜର ପ୍ରଡକ୍ସନ ହାଉସ ଖୋଲିବାକୁ ଯାଉଛନ୍ତି । ପ୍ରଡକ୍ସନ ହାଉସରେ ହେଡ ରହିବେ ଡେଭିଡ ଧୱନ । ଏହି ପ୍ରଡକ୍ସନ ହାଉସର ପ୍ରଥମ ଫିଲ୍ମ କମର୍ସିଆଲ ଆକ୍ସନ ଏବଂ କମେଡି ଫିଲ୍ମ ହେବ । ଏହି ଫିଲ୍ମରେ ଲିଡ ରୋଲରେ ବରୁଣ ଧୱନ ନଜର ଆସିବେ ।

ସାରାଙ୍କ ବିଷୟରେ କହିବାକୁ ଗଲେ ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ଫିଲ୍ମ ‘କେଦାରନାଥ‘ରେ ଡେବ୍ୟୁ କରିବେ । ଏବା ପରେ ସେ ରଣବୀର କପୁରଙ୍କ ସହିତ ‘ସିମ୍ବା’ରେ ନଜର ଆସିବେ । ସେହିପରି ବରୁଣ ଏବେ ନିଜର ଆଗାମୀ ଫିଲ୍ମ ‘ସୁଇ ଧାଗା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ପରେ ସେ କରଣ ଜୋହରଙ୍କ ଫିଲ୍ମ କଳଙ୍କରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More