Only for Entertainment

ବିଗ ବସରେ ମୋବାଇଲ ବ୍ୟବହାର କରୁଛନ୍ତି କି ଶ୍ରୀସନ୍ଥ ? କ’ଣ ରହିଛି ଏହାର ସତ୍ୟତା ଜାଣନ୍ତୁ ।

aajtak
0 38

‘ବିଗ ବସ’ ସିଜିନ ୧୨ ଅନ ଏୟାର ହେବାର ମାତ୍ର ୩ ଦିନ ହୋଇଛି । ଏଇ ୩ ଦିନ ମଧ୍ୟରେ ଶୋ’ କୁ ନେଇ ଅନେକ ଚର୍ଚ୍ଚା ହେବାର ଲାଗିଛି । ଶ୍ରୀସନ୍ଥଙ୍କ ଘରୁ ବାହାରିବାର ହାଇଭୋଲଟେଜ ଡ୍ରାମା ପରେ ଏବେ ତାଙ୍କୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ଦାବି କରାଯାଉଛି ଯେ ଶ୍ରୀସନ୍ଥ ବିଗ ବସ ଘରେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି ।

ଦ୍ୱିତୀୟ ଏପିସୋଡର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ଶ୍ରୀସନ୍ଥ ଲାଉଞ୍ଜ ଏରିଆରେ ନିଜ ବେଡରେ ବସିଥିବାର ଦେଖିବାକୁ ମିଳିଛି । ଘରର ଲାଇଟ ଅଫ ଥିବା ବେଳେ ଶୀସନ୍ଥ କମ୍ବଳ ଭିତରେ କିଛି ପ୍ରେସ କରୁଥିବାର ଦେଖିବାକୁ ମିଳିଛି । ଏହାକୁ ଦେଖି କିଛି ଲୋକ ଦାବି କରୁଛନ୍ତି ଯେ ଶ୍ରୀସନ୍ଥଙ୍କ ହାତରେ ଫୋନ ଅଛି ଏବଂ ସେ ଏହାକୁ ବିଗ ବସର ଘରେ ବ୍ୟବହାର କରୁଛନ୍ତି ।

ବିଗ ବସର ଘରେ ଫୋନ ମନାଥିବା ବେଳେ ଏହି କ୍ରିକେଟରଙ୍କ ପାଖରେ ଫୋନ କିପରି ଆସିଲା ବୋଲି ପ୍ରଶ୍ନ ଉଠିଛି । ସେ କିପରି ଘର ଲୋକଙ୍କୁ ଲୁଚାଇ ରଖିଛନ୍ତି ? ସବୁଠାରୁ ବଡ ପ୍ରଶ୍ନ ହେଉଛି ଅନ ଏୟାର ହେଉଥିବା ଦୃଶ୍ୟ ଏଡିଟ ପରେ ଟିଭିରେ ପ୍ରାସାରଣ କରାଯାଇଥାଏ । ଯଦି ବିଗ ବସ ଶ୍ରୀସନ୍ଥଙ୍କୁ ମୋବାଇଲ ଦେଇଥାନ୍ତେ ତେବେ ଏହା ନିଶ୍ଚିତ ଅନ ଏୟାର ହୋଇଥାନ୍ତା । ତେବେ ଅନ୍ୟ କିଛି ଲୋକେଙ୍କ କହିବା ଅନୁସାରେ ସେ ଫୋନ ନୁହେଁ ନିଜ ପାଦକୁ ପ୍ରେସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More