Only for Entertainment

ଆଲିୟାଙ୍କୁ ଦେଖି ଏହି କଥା ଭାବନ୍ତି ଋଷି କପୁର ଏବଂ ନୀତୁ ସିଂ ।

dna india
0 33

ବଲିଉଡ ଅଭିନେତା ରଣବୀର ଏବଂ ଆଲିୟାଙ୍କ ସଂପର୍କକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଦୁଇଜଣଙ୍କୁ ବିଭିନ୍ନ ସମୟରେ ସ୍ପଟ ମଧ୍ୟ କରାଯାଉଛି । ଯେଉଁ କାରଣରୁ ଦୁଇ ଜଣ ସମସ୍ତଙ୍କ ସାମ୍ନାକୁ ଆସି ଯାଉଛନ୍ତି । ତେବେ ପୂର୍ବରୁ ରଣବୀରଙ୍କ ମା ନୀତୁଙ୍କ ସହିତ ଆଲିୟାଙ୍କୁ ସ୍ପଟ କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଥିଲାଯେ ରଣବୀରଙ୍କ ପରିବାର ମଧ୍ୟ ଆଲିୟାଙ୍କୁ ପସନ୍ଦ କରୁଛନ୍ତି । ଏବେ ମଧ୍ୟ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ପଢିଲେ ଆପଣ ଜାଣିପାରିବେଯ ରଣବୀରଙ୍କ ମା ନୀତୁ ସିଂ ଏବଂ ବାପା ରଣବୀର କପୁର ଆଲିୟାଙ୍କ ବିଷୟରେ କ’ଣ ଭାବନ୍ତି । ଚାଲନ୍ତୁ ଅଲୋଚନା କରିବା ।

ଆଲିୟା ସବୁବେଳେ ନୂଆ ନୂଆ ଚରିତ୍ର ଉପରେ ଗବେଷଣା କରି ଅଭିନୟ କରିବାକୁ ଖୁବ ଭଲ ପାଆନ୍ତି । ତେଣୁ ତାଙ୍କର ଏହି କାମକୁ ଋଷି କପୁର ଖୁବ ପ୍ରଶଂସା କରୁଛନ୍ତି । ତେବେ ଆଲିୟାଙ୍କୁ ନେଇ ଏହା ଋଷି କପୁରଙ୍କର ଏହା ପ୍ରଥମ ମନ୍ତବ୍ୟ । ଫିଲ୍ମ ହାଇୱେ ଏବଂ ରାଜି ଦେଖି ସେ ଖୁବ ଖୁସି ହୋଇଥିଲେ । କେବଳ ଋଷି ନୁହଁନ୍ତି ବରଂ ମା ନୀତୁ ସିଂ ମଧ୍ୟ ଆଲିୟାଙ୍କୁ ଖୁବ ପସନ୍ଦ କରନ୍ତି । କାରଣ ଆଲିୟାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେତ୍ସା ଜଣାଇବା ପାଇଁ ସେ ଫିଲ୍ମ ବ୍ରହ୍ମସ୍ତ୍ରର ସୁଟିଂ ସେଟରେ ପହଂଚିଥିଲେ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More