Only for Entertainment

ସୁଟିଂ ସେଟରେ ସମସ୍ତଙ୍କ ପାଇଁ ସମ୍ବେଦନଶୀଳ ଏହି ଅଭିନେତ୍ରୀ ।

bollywood tadka
0 45

ବଲିଉଡ ଅଭିନେତ୍ରୀ ଡେଜି ଶାହ ଖୁବଶୀଘ୍ର ଫିଲ୍ମ ରେସ ଥ୍ରିରେ ନଜର ଆସିବେ । ଡେଜିଙ୍କ କହିବା ଅନୁସାରେ ରେସ ଥ୍ରିରେ ପ୍ରସିଦ୍ଧ କଳାକାରଙ୍କ ସହିତ କାମ କରିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି । ତେବେ ସେ ଏବେ ତାଙ୍କ ଆଗାମୀ ଫିଲ୍ମ ରେସ ଥ୍ରିର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଡେଜି ଶାହଙ୍କ କହିବା ଅନୁସାରେ ସାଧାରଣ ସହାୟକ ଡ୍ୟାନ୍ସର ଭାବରେ କ୍ୟାରିଅର ଆରମ୍ଭ କରିବା ପରେ ସେ ରେସ ଥ୍ରି ଭଳି ବ୍ୟବସାୟିକ ସଫଳ ଫ୍ରାଂଚାଇଜରେ ଏକ ମୁଖ୍ୟ ଅଭିନେତ୍ରୀ ମହିଳା ଭାବରେ କାମ କରିଥିବାକୁ ନେଇ ଆଶ୍ଚଯ୍ୟ ହେଉଛନ୍ତି ।

ଡେଜି ଏହା ମଧ୍ୟ କହିଛନ୍ତିଯେ ଫିଲ୍ମର ପୋଷ୍ଟର ଦେଖିବା ମାତ୍ରେ ତାଙ୍କୁ ସ୍ୱପ୍ନ ଭଳି ମନେ ହେଉଛି । ୧୦ ବର୍ଷ ପୂର୍ବରୁ ଡେଜି ‘ରେସ’ର ସହାୟକ ଡ୍ୟାନ୍ସର ଭାବେ କାମ କରିଥିଲେ । ଏବେ ରେସ ଥ୍ରିର ମୁଖ୍ୟ କଳାକାରଙ୍କ ମଧ୍ୟରୁ ଜଣେ । ଏଠାରେ ଅନିଲ କପୁର ଏବଂ ସଲମାନ ଖାନଙ୍କ ଭଳି ପ୍ରସିଦ୍ଧ ପରିଚିତ ଅଭିନେତାଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ସୁଯୋଗ ମିଳିଛି ।

ଡେଜିଙ୍କ କହିବା ଅନୁସାରେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ବଲିଉଡରେ ସମସ୍ତେ କଠିନ ପରିଶ୍ରମ କରନ୍ତି । କିନ୍ତୁ ଆମ ଭାଗ୍ୟ ଠିକ ଦିଗରେ ରହିବା ଉଚିତ । ବିଶେଷକରି ଯେଊଁଠାରୁ ଆସିଛନ୍ତି ସେମାନଙ୍କ ପାଇଁ ।

 

ଅଭିନେତ୍ରୀଙ୍କ କହିବା ଅନୁସାରେ ସେ ଜିରୋରୁ ଆରମ୍ଭ କରିଥିଲେ । ତେବେ ଠିକ ସମୟରେ ଠିକ ବ୍ୟକ୍ତି ମିଳିଲେ ଆପଣ ଆଗକୁ ଯାଇପାରିବେ । ଇଣ୍ଡଷ୍ଟ୍ରିରେ ସମସ୍ତେ ପରିଶ୍ରମ କରୁଛନ୍ତି କିନ୍ତୁ ଠିକ ଭାବରେ ପରିଚୟ ମିଳୁନାହିଁ । ତେଣୁ ଏହି କାରଣ ପାଇଁ ଡେଜି ସୁଟିଂ ସେଟରେ ସମସ୍ତ ଲୋକଙ୍କ ପ୍ରତି ସମ୍ବେଦନଶୀଳ ରହିଥାନ୍ତି । କାରଣ ସେ ଜାଣିଛନ୍ତି ସେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More