Only for Entertainment

ଆପଣ ମଧ୍ୟ ଖାଇବା ସମୟରେ ଏହି ସମସ୍ୟା ହେଉଛି କି? ଜାଣନ୍ତୁ କ’ଣ କରିବେ ।

47

ଯଦିଓ ମାଛ ଖାଇବାକୁ ଭଲ ଲାଗେ ତଥାପି ଏଥିରେ କଂଟା ଥିବା ହେତୁ ଅଧିକାଂଶ ଲୋକ ମାଛ ଖାଇବାକୁ ଭୟ କରନ୍ତି । କାରଣ ମାଛ ଖାଇବା ସମୟରେ ଯଦି କଂଟା ଗଳାରେ ଅଟକିଯାଏ ଖାଇବାରେ ବାଧା ସୃଷ୍ଟି ହୁଏ । ମାଛ ଖାଇବା ସମୟରେ କେବେ କେବେ କଂଟା ଲାଗିବା ସ୍ୱଭାବିକ କଥା । କିନ୍ତୁ ଆପଣ ଯଦି କିଛି ଉପାୟ ଜାଣିରଖିବେ ତେବେ ମାଛ କଂଟା ଗଳାରେ ଅଟକି ଯାଇଥିଲେ ମଧ୍ୟ ଏଥିରୁ ସହଜରେ ମୁକ୍ତି ପାଇପାରିବେ । ସେଥିପାଇଁ କ’ଣ କରିବା ଉଚିତ ଆସନ୍ତୁ ଆଲୋଚନା କରିବା ।

ଜୋରରେ କାଶିବା : ମାଛ କଣ୍ଟା ଗଳାରେ ଲାଗିଥିଲେ ଜୋରରେ କାଶି ଦିଅନ୍ତୁ । ଏହା ଦ୍ବାରା କଣ୍ଟା ବାହାରକୁ ଚାଲି ଆସିବ ।

ପାଉଁରୁଟି : ଯଦି ଗଳାରେ କଣ୍ଟା ରହି ଯାଇଛି ତେବେ ପାଉଁରୁଟିକୁ ଓଦା କରି ଗିଳି ଦଅନ୍ତୁ । ଏହା ଦ୍ବାରା କଣ୍ଟା ତଳକୁ ଖସି ଯିବ ବା ପେଟକୁ ଚାଲିଯିବ ।

ଭାତ : ଗରମ ଭାତକୁ ଏକ ବଲ୍ ଆକାରର କରି ଗିଳି ଦିଅନ୍ତୁ । ଯଦି ଗୋଟିଏ ଥରରେ କଣ୍ଟା ଯାଉନାହିଁ, ତେବେ ୩ରୁ ୪ ଥର ଏଭଳି କରନ୍ତୁ ।

ରୁଟି : ଯଦି ଗରମ ଭାତ ନାହିଁ , ତେବେ ରୁଟିରେ ମଧ୍ୟ ଏଥିରୁ ମୁକ୍ତି ପାଇ ପାରିବେ । ସୁଖିଲା ରୁଟିକୁ ଅଳ୍ପ ଚୋବାଇ ଗିଳିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା କଣ୍ଟା ତଳକୁ ଖସିଯିବ ।

ପାଚିଲା କଦଳୀ : ଗଳାରୁ ମାଛ କଣ୍ଟା ଖସାଇବା ପାଇଁ ପାଚିଲା କଦଳୀକୁ ନ ଚୋବାଇ ଏକା ସାଙ୍ଗରେ ଗିଳି ଦିଅନ୍ତୁ । କଦଳୀ ସହ ମାଛ କଣ୍ଟା ମଧ୍ୟ ପେଟକୁ ଚାଲିଯିବ ।

ଏତତ୍ ବ୍ୟତୀତ ଅଲିଭ୍ ତେଲ ଏବଂ ଭିନେଗାର ମାଧ୍ୟମରେ ମଧ୍ୟ ମାଛ କଣ୍ଟା ଗଳାରୁ ବାହାର କରାଯାଇ ପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More