Only for Entertainment

ଆପଣଙ୍କ ପ୍ରେମ ସଂପର୍କ କିପରି ? ଜାଣନ୍ତୁ ଆପଣଙ୍କ ଜନ୍ମ ମାସରୁ

4 TRUE LOVERS
0 231

ଆପଣ ଜାଣିଛନ୍ତି କି ଆପଣଙ୍କ ଜନ୍ମମାସ ପ୍ରେମ ସଂପର୍କରେ ଜାଣିବାରେ କେତେ ଦୁର ସହାୟକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କଥା ସଂପର୍କରେ ଜଣାଇବୁ ଯାହା ଆପଣ ଆପଣଙ୍କ ପ୍ରେମ ସଂପର୍କରେ ଅବଗତ କରାଇବାରେ ସହାୟକ ହୋଇଥାଏ । ଆପଣଙ୍କ ଜନ୍ମମାସ ଦ୍ୱାରା ହିଁ ଆପଣ ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ ।

ଜାନୁୟାରୀ- ମୁଖ୍ୟତଃ ଏହି ମାସରେ ଜନ୍ମ ହୋଇଥିବା ପୁରୁଷମାନେ ପ୍ରେମ ମାମଲାରେ ବହୁତ ଯିଦ୍ଦି ହୋଇଥାନ୍ତି । ଏଥିପାଇଁ ନିଜ ପ୍ରେମ ସଂପର୍କକୁ ଅଧିକ ଭଲ କରିବାକୁ ସେମାନେ ବିଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରିଥାନ୍ତି ଯାହାଦ୍ୱାରା ସେ ଭୁଲି ଯାଆନ୍ତି ଏହା କରିବା ଦ୍ୱାରା ତାଙ୍କ ସାଥୀ ଉପରେ କିଭଳି ପ୍ରଭାବ ପଡିପାରେ । ଏହି ମାସରେ ଜନ୍ମିତ ମହିଳାମାନେ ପ୍ରେମ ମାମଲାରେ ଉଦାସୀ ହୋଇଥାନ୍ତି ।

ଫେବୃୟାରୀ– ଏହି ମାସରେ ଜନ୍ମିତ ପୁରୁଷମାନେ ସାଧାରଣତଃ ଅଧିକ ରୋମାଂଟିକ ହୋଇଥାନ୍ତି ଏବଂ ସାଥୀଙ୍କ ସହ ଅଧିକାଂଶ ସମୟରେ ରୋମାନ୍ସ କରିବାରୁ ପସନ୍ଦ କରନ୍ତି । ମାତ୍ର ବେଳେବେଳେ ଏମାନଙ୍କଠାରେ ଉଦାସୀନତା ବହୁ ପରିମାଣରେ ଦେଖାଦେଇଥାଏ । ଆଉ ଏକାକୀ ରହିବାକୁ ମଧ୍ୟ ପସନ୍ଦ କରନ୍ତି । ମହିଳାମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି । ମନ ଭିତରେ ହିଁ ତାଙ୍କ ପ୍ରେମକୁ ସୀମିତ ରଖିବାକୁ ପସନ୍ଦ କରିଥାନ୍ତି ।

ମାର୍ଚ୍ଚ- ଜନ୍ମିତ ପୁରୁଷମାନେ ପ୍ରେମ ସଂପର୍କରେ ଉଦାର ଓ ବିଶ୍ୱାସଯୋଗ୍ୟ ଅଟନ୍ତି । ନିଜ ପ୍ରେମକୁ ସେ ତାଙ୍କ ଜୀବନର ସବୁକିଛି ଭାବି ଦିଅନ୍ତି ଆଉ ସବୁବେଳେ ସାଥୀଙ୍କ ସହ ସମୟ ଅତିବାହିତ କରିବାକୁ ପସନ୍ଦ କରନ୍ତି । ମହିଳାମାନେ ନିଜ ପ୍ରେମକୁ ଜାହୀର କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି । ଆଉ ସବୁଠାରୁ ବଡ କଥା ହେଲା ଏମାନଙ୍କୁ ଚୁମ୍ବନ ଅଧିକ ପସନ୍ଦ ।

ଏପ୍ରିଲ୍- ପୁରୁଷମାନେ ଅତ୍ୟନ୍ତ ଉଚ୍ଚାଭିଳାଷୀ ହୋଇଥାନ୍ତି । ଯାହାକି ସେମାନଙ୍କ ପ୍ରେମ ସଂପର୍କରେ ପ୍ରତିଫଳିତ ହୋଇଥାଏ । ଯଦି କାହାକୁ ପସନ୍ଦ କରିଥାନ୍ତି ତେବେ ତାଙ୍କୁ ହୃଦୟର ସହ ଚାହାଁନ୍ତି । ଯାହାଫଳରେ ସେମାନଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ । ମହିଳାମାନେ ସାଧାରଣତଃ ସୁନ୍ଦର ହୃଦୟ, ହସମୁଖି ଓ ଜିଦି ହୋଇଥାନ୍ତି ।

ମେ- ପୁରୁଷମାନେ ପ୍ରେମ ମାମଲାରେ ପୁରା ଖୋଲା ମିଜାଜର ହୋଇଥାନ୍ତି । ମହିଳାମାନେ ଯଦିଓ ଲାଜକୁଳି ହୋଇଥାନ୍ତି କିନ୍ତୁ ଏମାନେ ଲୋକମାନଙ୍କ ଗ୍ରହଣରେ ଆକର୍ଷଣର କେନ୍ଦ୍ର ହେବାକୁ ପସନ୍ଦ କରନ୍ତି । ବୈବାହିକ ଜୀବନରେ ଅନ୍ତରଙ୍ଗ ମୁହୂର୍ତ୍ତ ବଜାୟ ରଖିବାକୁ ପସନ୍ଦ କରିଥାନ୍ତି ।

ଜୁନ୍- ପୁରୁଷମାନେ ସ୍ୱଭାବରେ ଅତ୍ୟନ୍ତ ରାଗୀ ହୋଇଥାନ୍ତି । କିନ୍ତୁ ସେମାନଙ୍କ ହୃଦୟରେ ପ୍ରେମର ମାତ୍ରା ଅଧିକ ଥାଏ । ଏହି ମାସରେ ଜନ୍ମିତ ଉଭୟ ମହିଳା ଓ ପୁରୁଷ ଅଧିକ କାମନାସକ୍ତ ହୋଇଥାନ୍ତି । ମହିଳାମାନେ ଚତୁର ହୋଇଥାନ୍ତି ।

ଜୁଲାଇ- ପୁରୁଷମାନେ ଭାବୁକ ଏବଂ ବିଶ୍ୱସ୍ତ ହୋଇଥାନ୍ତି । ମୋଟ ଉପରେ କହିବାକୁ ଗଲେ ଏମାନଙ୍କ ପ୍ରେମ ଜୀବନ ଭଲ ଥାଏ । ଏମାନେ ନିଜ ଜୀବନସାଥୀଙ୍କ ଧ୍ୟାନ ସବୁବେଳେ ରଖିଥାନ୍ତି । ମହିଳାମାନେ ମଧ୍ୟ ଅନୁରୁପ ହୋଇଥାନ୍ତି ।

ଅଗଷ୍ଟ- ପୁରୁଷମାନେ ବିଶେଷ କରି ଉଦାର ଓ ଭାବୁକ ହୋଇଥାନ୍ତି । ବୈବାହିକ ସଂପର୍କ ବହୁତ ସୁଖମୟ ହୋଇଥାଏ । ମହିଳାମାନେ ସାଧାରଣତଃ ପ୍ରେମ ସଂପର୍କକୁ ନେଇ ଅଧିକ ଦୁର୍ବଳ ହୃଦୟର ହୋଇଥାନ୍ତି ।

ସେପ୍ଟେମ୍ବର- ପୁରୁଷମାନଙ୍କ ସାଧାରଣତଃ ଭାବନାତ୍ମକ ମନୋଭାବ ଥାଏ । ନିଜ ଜୀବନସାଥୀଙ୍କ ପୁରା ଧ୍ୟାନ ରଖିଥାନ୍ତି । ସେମାନେ ନିଜ ପ୍ରେମକୁ ସବୁବେଳେ ତାଜା ରଖିବାକୁ ନୂଆ ନୂଆ ଉପାୟ ଅବଲମ୍ବନ କରିଥାନ୍ତି । ମହିଳାମାନେ ମନେ ମନେ ଭଲ ପାଆନ୍ତି ମାତ୍ର ତାହାକୁ ବ୍ୟକ୍ତ କରିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି ।

ଅକ୍ଟୋବର- ପୁରୁଷମାନେ ବହୁତ ରୋମାଂଟିକ ହୋଇଥାନ୍ତି । ନିଜ ସାଥୀଙ୍କ ସହ ପ୍ରତିଟି ମୁହୂର୍ତ୍ତକୁ ହୃଦୟର ସହକାରେ ଅନୁଭଗ କରିଥାନ୍ତି । ମହିଳାମାନେ ଅତ୍ୟନ୍ତ ଭାବୁକ ହୋଇଥାନ୍ତି । ଛୋଟ ଛୋଟ କଥାକୁ ଧରି ଦୁଃଖ ପ୍ରକାଶ କରିଥାନ୍ତି ।

ନଭେମ୍ବର- ପୁରୁଷମାନେ ପ୍ରେମ ସଂପର୍କରେ ରୋମାନ୍ସ ଓ ନୂତନତା ପସନ୍ଦ କରନ୍ତି । ମହିଳା ଓ ପୁରୁଷଙ୍କଠାରେ ସଂମ୍ଭୋଗ ମନଭାବ ଅଧିକମାତ୍ରାରେ ଦେଖାଦେଇଥାଏ ।

ଡିସେମ୍ବର- ଦାମ୍ପତ୍ୟ ଜୀବନ ସାଧାରଣତଃ ସୁଖମୟ ହୋଇଥାଏ । କାରଣ ପ୍ରେମ ମାମଲାରେ ଉଭୟ ଅତ୍ୟନ୍ତ ରୋମାଂଟିକ ହୋଇଥାନ୍ତି । ଉଭୟ ଉଭୟଙ୍କ ଭାବନାକୁ ସମ୍ମାନ ଦିଅନ୍ତି । ସବୁବେଳେ ଉଭୟଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More