Only for Entertainment

ବଡ଼ ଶୋ’ର ବଡ଼ ଗୁମର କଥା,ପରଦା ପଛରେ ପ୍ରତିଯୋଗୀଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା,

kanaknews
0 39

ଛୋଟ ସହର ହେଉ କିମ୍ବା ବଡ଼ ସହର ସମସ୍ତେ ଲୋକ ଲୋଚନକୁ ଆସିବା ଏବଂ ନିଜର ଜୀବନର ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ କିଛି ନା କିଛି ମାଧ୍ୟମ ଚୟନ କରିଥାନ୍ତି । ଯଦିଓ ପୂର୍ବ କାଳରେ ଏସବୁ କରିବା ଖୁବ କଷ୍ଟ ସାଧ୍ୟ ଥିଲା ତେବେ ଆଜିର ଦିନରେ ଏହା ଖୁବ ସହଜ ହୋଇଯାଇଛି । ଯାହାର ମାଧ୍ୟମ ସାଜିଛି ଗଣମାଧ୍ୟମ । ଏହା ଦ୍ୱାରା ପ୍ରତ୍ୟେକ ନିଜ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚି ପାରୁଛନ୍ତି । ଯେପରିକି କୌଣସି ଡ୍ୟାନ୍ସ ରିଆଲିଟି ଶୋ ହେଉ ବା ସିଙ୍ଗିଙ୍ଗ ରିଆଲିଟି ଶୋ । ତେବେ ପରଦାରେ ସସସ୍ତ ଦୃଶ୍ୟକୁ ଖୁବ ସୁନ୍ଦର ଭାବରେ ଦେଖାଯାଏ । କିନ୍ତୁ ପରଦା ପଛରେ କ’ଣ ଘଟୁଛି ତାହା କିଏ ବା ଜଣେ? ଯିଏ ତାହା ଦେଖିଛି ସେ ହିଁ ଅନୁଭବ କରିଛି । ନିକଟରେ ସେହିଭଳି ଏକ ଘଟଣାର ପର୍ଦ୍ଦାଫାଶ ହୋଇଛି ରିଆଲିଟି ଶୋ ଇଣ୍ଡିଆନ ଆଇଡଲର ।

 

ଜଣେ ପ୍ରତିଯୋଗୀ ନିଶାନ୍ତଙ୍କ କହିବା ଅନୁଯାୟୀ, ୨୦୧୨ ମସିହାରେ ସେ ଯେତେବେଳେ ଇଣ୍ଡିଆନ ଆଇଡଲ ପ୍ରତିଯୋଗୀତାରେ ଭାଗନେବା ପାଇଁ ମୁମ୍ବାଇ ପହଞ୍ଚିଥିଲେ ସେତେବେଳେ ମେ ମାସ ଥିଲା । ପ୍ରବଳ ଗରମ ହେଉଥିଲା । ସକାଳ ୫ଟା ବେଳଠାରୁ ଅଡିସନରେ ଭାଗ ନେବା ପାଇଁ ଲାଇନ ଲାଗିବା ଆରମ୍ଭ ହୋଇଯାଇଥିଲା । ଆଖପାଖରେ ନାତ ପିଇବା ପାଣିର ସୁବିଧା ନା କୌଣସି ଟଏଲେଟ ଥିଲା । ଖାଇବା ପାଇଁ ମଧ୍ୟ ସେଠାରେ କୌଣସି ଦୋକାନ ବଜାର ମଧ୍ୟ ନଥିଲା । ସାକାଳ ୫ଟା ବେଳୁ ଲୋକମାନେ ଲାଇନରେ ଛିଡା ହୋଇଥିଲେ । ନିଜ ଯାଗା ଛାଡି କେହି ପାଣି ପିଇବାକୁ କି ଟଏଲେଟ ମଧ୍ୟ ଯାଉନଥିଲେ । କାରଣ ଲାଇନରୁ ବାହାରକୁ ବାହାରି ଗଲେ ଦ୍ୱିତୀୟ ଥର ସେହି ସ୍ଥାନ ତାଙ୍କୁ ମିଳିପାରିବ ନାହିଁ । ଏହି କାରଣରୁ କେହି ନିଜ ସ୍ଥାନ ଛାଡି ଯାଇ ପାରୁନଥିଲେ । ଏଭଳି ପରିସ୍ଥିତିରେ ଯଦି କୌଣସି ପ୍ରତିଯୋଗୀ ପାଣି କିମ୍ବା ଟଏଲେଟ ବିଷୟରେ କ୍ରୁଙ୍କୁ କିଛି ପଚାରନ୍ତି ତେବେ ତାଙ୍କ ପକ୍ଷରୁ କୌମସି ଉତ୍ତର ମିଳିନଥାଏ । ଭୋକ ଉପାସରେ ପ୍ରତିଯୋଗୀମାନେ ଲାଇନରେ ଛିଡା ହୋଇଥାନ୍ତି ଠିକ ସେହି ସମୟରେ ସମସ୍ତଙ୍କୁ ବାହାରେ ଥିବା ଏକ ଷ୍ଟେଜ ଯିବା ପାଇଁ କୁହାଗଲା । ଇଣ୍ଡିଆନ ଆଇଡଲରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜଣେ ସଂଗୀତକାର ସେଠାରେ ଗିତ ଗାଉଥିଲେ । ସେହି ଗ୍ରାଉଣ୍ଡ ମଧ୍ୟରେ ଗୋଟିଏ ପାଣି ଟ୍ୟାଙ୍କ ଏବଂ ଗୋଟିଏ ଟଏଲେଟ ବ୍ୟବସ୍ଥା ଥିଲା । ଏତେ ଲୋକଙ୍କ ଭିତରେ ଏହି ବ୍ୟବସ୍ଥା ଖୁବ କମ ଥିଲା । ସେଠାରେ ପହଞ୍ଚିବା ପରେ ମଧ୍ୟ ପ୍ରତିଯୋଗୀ ମାନଙ୍କୁ ଅଡିସନ ବିଷୟରେ କିଛି ବି କୁହାଯାଉନଥିଲା । ଶେଷରେ ଜଣେ ପ୍ରତିଯେଗୀ ରାଗିଯାଇ ସେଠାରେ ଥିବା ଜଣେ ଷ୍ଟାପଙ୍କୁ ଅଡିସନ କେଉଁଠି ହେଉଛି ଏବଂ ଜର୍ଜମାନେ କାହାନ୍ତି ବୋଲି ପଚାରିଥିଲେ । ଏହା ଶୁଣିବା ପରେ ଜଣେ କ୍ରୁ ମେମ୍ବର ତାଙ୍କ ଉପରେ ଚିଲାଇବା ସହ ହଜାର ଲୋକଙ୍କ ଭିଡ ଆଗରେ ତାଙ୍କୁ ଥାପଡ ମାରିଦେଇଥିଲେ । ଏହା ଦେଖି ସବୁ ଲୋକ ସ୍ତବ୍ଦ ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More