Only for Entertainment

ବିଚାରକ ନେହା କକ୍କଡଙ୍କୁ ଜବରଦସ୍ତି ଆଲିଙ୍ଗନ କରି ପ୍ରତିଯୋଗୀ ଜଣକ କଲେ କିସ୍, ଭାଇରାଲ ହେଉଛି ଭିଡିଓ !

1,679

ଇଣ୍ଡିଆନ୍ ଆଇଡଲ୍ ନେହା କକରଙ୍କ ସହ ଅନ ଷ୍ଟେଜରେ ଘଟିଛି କିଛି ଅଭାବନୀୟ ଘଟଣା । ଏହି ଘଟଣା ଘଟିଛି ସୋନି ଟିଭି ଦ୍ୱାରା ପ୍ରସାରିତ ଲୋକପ୍ରିୟ ସିଙ୍ଗର ସୋରେ । ଚଳିତ ସପ୍ତାହରେ ପ୍ରସାରଣ ହେବାକୁ ଥିବା ଏପିସୋଡରେ ଏପରି କିଛି ଦେଖିବାକୁ ପାଇବେ ଦର୍ଶକ ଯାହାକୁ ଦେଖିଲେ ସଭିଏଁ ତାଜୁବ୍ ହୋଇଯିବେ । ଜାତୀୟ ସ୍ତରର ଏହି ପ୍ରତିଯୋଗୀତାରେ ଚଳିତ ସପ୍ତାହର ଏପିସୋଡରେ ଦେଖିବାକୁ ମିଳୁଛି ଜଣେ ପ୍ରତିଯୋଗୀ ବହୁତ ଗୁଡିଏ ଉପହାର ଧରି ଷ୍ଟେଜରେ ପହଁଚିଛନ୍ତି । ଏହାକୁ ଗ୍ରହଣ କରିବାକୁ ମଂଚରେ ବିଚାରକ ଆସନରେ ଥିବା ନେହା କକରଙ୍କୁ ଅନୁରୋଧ କରିଥିଲେ ।

ନେହା ଆସିଥିଲେ ଷ୍ଟେଜକୁ । ତେବେ ଉପହାର ଗ୍ରହଣ କରିବା ପରେ ପ୍ରତିଯୋଗୀଙ୍କୁ ସୌଜନ୍ୟମୂଳକ ଭାବେ ନେହା କୋଳାଗ୍ରତ କରିବାବେଳେ ଯାହା ଘଟିଲା କେହି ଭାବି ନଥିବେ । ନେହା ବି କେବେ ଆଶା କରିନଥିଲେ । ପ୍ରତିଯୋଗୀ ଜଣକ ନେହାଙ୍କୁ ଚୁମା ଦେଇଥିଲେ । ପୁରା ଘଟଣାରେ ସ୍ତବ୍ଧ ହୋଇଯାଇଥିଲେ ନେହା । ସ୍ତବ୍ଧ ହୋଇଯାଇଥିଲେ ବିଚାରକ ଆସନରେ ଥିବା ବିଶିଷ୍ଟ ଗାୟକ ଓ ସଙ୍ଗୀତକାର ଅନୁ ମଲ୍ଲିକ । ଏହି ଭିଡିଓକୁ ସୋନି ଟିଭି ଏହାର ଅଫିସିଆଲ୍ ସାଇଟରେ ଅପଲୋଡ୍ କରିବା ପରେ ଏହା ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଏପରି ଘଟଣା ପରେ କଣ ରହିଛି ନେହାଙ୍କ ପ୍ରତିକ୍ରିୟା ତାହା ଜଣାପଡିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More