Only for Entertainment

ନ୍ୟୁଜରୁମରେ ଥାଇ ମଧ୍ୟ ରାମଭକ୍ତି ଛାଡ଼ିଲେ ନାହିଁ ଆଙ୍କର, ଭାଇରାଲ ହେଉଛି ଫଟୋ

punjabkesari
28

ଶନିବାରକୁ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ଶେଷ ଶୁଣାଣି ଦେଇଛନ୍ତି । କୋର୍ଟ ଏହି ବିବାଦିତ ମାମଲାରେ ଜମିରେ ରାମଙ୍କ ଅଧିକାର ଅଛି ବୋଲି ଶୁଣାଣି କରିଛନ୍ତି । ଏଠାରେ ଏବେ ମନ୍ଦିର ନିର୍ମାଣ ହେବ । ଏହି ଶୁଣାଣି ପରେ ଦେଶରେ ନୂଆ ସକାଳ ଆସିଛି । ସାରା ଦେଶ ଏହି ନିଷ୍ପତ୍ତିରେ ଖୁସି ଅଛନ୍ତି । ଏହି ମଧ୍ୟରେ ଜଣେ ଆଙ୍କରଙ୍କ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଖାଲି ପାଦରେ ନ୍ୟୁଜ କହୁ ଥିବାର ନଜର ଆସିଛି ।

ବିଜେପିର ନେସନାଲ ଜେନେରାଲ ସେକ୍ରେଟାରୀ ବି.ଏଲ ସିଙ୍ଘଲ ତାଙ୍କ ଟ୍ୱିଟର ଆକାଉଂଟରେ ଏକ ଫଟୋ ଶେୟାର କରିଛନ୍ତି । ସେ ଲେଖିଛନ୍ତିଯେ କନ୍ନଡ଼ ଚ୍ୟାନେଲର ଆଙ୍କର ଚିଫ ରଙ୍ଗନାଥ ଅଯୋଧ୍ୟ ମାମଲାର ଶୁଣାଣି ସମୟର ଖବର ଖାଲି ପାଦରେ ଦେଇଛନ୍ତି । ଏହା ଭକ୍ତି ଏବଂ ଭାବନା । ଯାହା ଶ୍ରୀରାମଙ୍କ ସହିତ ଯଡ଼ିତ । ଏହି ଭକ୍ତି ତାଙ୍କ କାମରେ ବାଧା ଦେଇନାହିଁ ।

ଆଙ୍କରଙ୍କ ଏଭଳି କାମକୁ ସମସ୍ତେ ପସନ୍ଦ କରୁଛନ୍ତି ଏବଂ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More