Only for Entertainment

ବିବାହର ୨୨ ବର୍ଷ ପରେ ପତ୍ନୀଙ୍କୁ ଡିଭୋର୍ସ ଦେଇଥିଲେ ହିମେଶ ରେଶମିୟାଁ

106

ଆଜି ବଲିଉଡ ସିଙ୍ଗର ଏବଂ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିୟାଁଙ୍କ ୪୬ ତମ ଜନ୍ମଦିନ । ହିମେଶଙ୍କ ବାପା ଜଣେ ମ୍ୟୁଜିକ କମ୍ପୋଜର ଥିଲେ । ହିମେଶ ତାଙ୍କ ବ୍ୟକ୍ତିଗତ ଏବଂ ଆନୁଷ୍ଠାନିକ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ହିମେଶ ୨୩ ଜୁଲାଇକୁ ୧୯୭୩ରେ ଜନ୍ମ ହୋଇଥିଲେ ।

ହିମେଶ ୨୨ ବର୍ଷ ଧରି ବିବାହ ସଂପର୍କରେ ଥିବା ପତ୍ନୀଙ୍କୁ ୨୯୧୭ରେ ଛାଡ଼ପତ୍ର ଦେଇଥିଲେ । ଏହାର କାରଣ ଥିଲା ଲମ୍ବା ସମୟ ଧରି ଗର୍ଲଫ୍ରେଣ୍ଡ ସୋନିୟା କପୂରଙ୍କ ସହିତ ସଂପର୍କରେ ରହିବା । ତେବେ ସେହି ସମୟରେ ସେ ହଠାତ ଚର୍ଚ୍ଚାକୁ ଆସି ଯାଇଥିଲେ । ପତ୍ନୀ କୋମଲଙ୍କୁ ଛାଡ଼ପତ୍ର ଦେବା ପରେ ଦିନେ ହଠାତ ସେ ସମସ୍ତଙ୍କ ଚମକାଇ ଦେଇଥିଲେ । ବାସ୍ତବରେ ୧୧ ମଇ ୨୦୧୮କୁ ସୋନିୟା କପୂରଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେଲେ । ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । କହିରଖୁଛୁ ସୋନିୟାଙ୍କ ସହିତ ହିମେଶ ପ୍ରାୟ ୮ ବର୍ଷ ହେବ ଲିଭ ଇନ ରିଲେସନସିପରେ ରହି ଆସୁଥିଲେ ।

କେବଳ ସେତିକି ନୁହେଁ ଥରେ ଗୀତ ଗାଇବାର ଶୈଳୀକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଥିଲେ ହିମେଶ । ପରିଣାମ ସ୍ୱରୂପ ଆଶା ଭୋସଲେ ତାଙ୍କ ଉପରେ ରାଗି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More