ଯେତେବେଳେ ଅର୍ଜୁନ ଏବଂ ଅରବାଜ ଦୀପବୀରଙ୍କ ରିସେପସନରେ ମୁହାଁମୁହିଁ ହେଲେ ।
ଦୀପବୀରଙ୍କ ରିସେପସନ ପାର୍ଟି ଥିଲା ସମସ୍ତଙ୍କ ପାଇଁ ଅଭୁଲା ।କାରଣ ଏହା ଥିଲା ତାରକା ପରିପୂର୍ଣ୍ଣ ରାତି । ଯାହା ସମସ୍ତଙ୍କୁ ଏକାଠି କରିଥିଲା । ହଜାରରୁ ଅଧିକ ସେଲିବ୍ରେଟୀ ଏହି ରିସେପସନରେ ପହଂଚିଥିଲେ । ବିଗ ବି ଅମିତାଭ ବଚ୍ଚନ ପତ୍ନୀ ଜୋୟା,ଝିଅ ଶ୍ୱେତା ନନ୍ଦ ଏବଂ ବୋହୁ ଐଶ୍ୱରୀୟାଙ୍କ ସହିତ ମଧ୍ୟ ସେଠାରେ ପହଂଚିଥିଲେ ।ଏମାନଙ୍କ ସମତେ ଶାହାରୁଖ ଖାନ ମଧ୍ୟ ପହଂଚିଥିଲେ ।ତେବେ ସବୁଠାରୁ ଖାସ କଥା ହେଉଛି ସେଠାରେ ଅର୍ଜୁନ କପୁର ମଲାଇକା ଅରୋରାଙ୍କ ସହିତ ପହଂଚିଥିବା ବେଳେ ଅରବାଜ ଖାନ ଜର୍ଜିଆଙ୍କ ସହିତ ପହଂଚିଥିଲେ ।ସ୍ପଟବଏର ରିପୋର୍ଟ ଅନୁସାରେ ମଲାଇକା ଏବଂ ଅର୍ଜୁନ ଭେନ୍ୟୁରେ ପହଂଚିବା ବେଳେ ଅରବାଜ ଏବଂ ଜର୍ଜିଆ ସୋଫି ଚୌଧରୀଙ୍କ ସହିତ କଥାରେ ବ୍ୟସ୍ତ ଥିଲେ ।ତେବେ ମଲାଇକା ଗ୍ରୁପରେ ଯୋଗ ଦେବା ବେଳେ ଅରବାଜ ତାଙ୍କୁ ଅଣଦେଖା କରୁଥିବାର ନଜର ଆସିଛନ୍ତି ।ଅର୍ଜୁନ ଏବଂ ଅରବାଜ ମଧ୍ୟ ପରସ୍ପରକୁ ଅଣଦେଖା କରିଥିବା ଶୁଣିବାକୁ ମିଳିଛି ।