Only for Entertainment

ଯେତେବେଳେ ସୁଷ୍ମିତାଙ୍କ ଝିଅ ଜାଣିଲେ ସେ ପୋଷ୍ୟ ସନ୍ତାନ ।

87

ସୁସ୍ମିତା ତାଙ୍କ ୨ ଝିଅଙ୍କ ସହ ବହୁତ ମିଶାଣିଆ । ଅଧିକାଂଶ ସମୟରେ ତିନି ଜଣଙ୍କ ଖାସ କେମେଷ୍ଟ୍ରି ନଜର ଆସିଥାଏ । ତାଙ୍କର ରେନେ ଏବଂ ଅଲିଷା ନାମରେ ଦୁଇଜଣ ଝିଅ ଅଛନ୍ତି। ସୁସ୍ମିତା ରେନେଙ୍କୁ ୨୦୦୦ ମସିହାରେ ଏବଂ ଅଲିଷାଙ୍କୁ ୨୦୧୦ ମସିହାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା କଥା ସମସ୍ତଙ୍କ ଆଗରେ ଶେଆର୍‌ କରିଛନ୍ତି।

ସେ କହିଛନ୍ତି, “ମୁଁ ଏହି କଥାକୁ ଏକ ଖେଳ ମାଧ୍ୟମରେ ଉଭୟଙ୍କୁ ବୁଝାଇଥିଲି। ଆମେ ବିପକ୍ଷରେ ଖେଳୁଥିଲୁ। ସେତେବେଳେ ପୋଷ୍ୟ ଏବଂ ବାୟୋଲୋଜିକାଲ୍‌ ବିଷୟରେ ସେମାନଙ୍କୁ କହିଥିଲି। ଏହା ପରେ ରେନେ କହିଥିଲେ, ମୋତେ ତାହାଲେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି? ମୁଁ କହିଲି ହଁ। ବାୟୋଲୋଜିକାଲ୍‌ ବୋରିଙ୍ଗ୍‌ ହୋଇଥାନ୍ତି। ତମେ ତ ମନରୁ ଜନ୍ମ ହୋଇଛ। ଏହା ପରେ ରେନେ ନିଜ ସାଙ୍ଗମାନଙ୍କୁ କହୁଥାନ୍ତି ଯେ, ତୁମେ ବାୟୋଲୋଜିକାଲ୍‌, ସେଥିପାଇଁ ତୁମେ ବୋରିଙ୍ଗ୍‌। ସୁସ୍ମିତା କହିଥିଲେ ଯେ, ମୋ ମ୍ୟାଜିକ୍‌ ଦୁଇ ଜଣଙ୍କ ଉପରେ କାମ କରିଗଲା ଜାଣି ଭାରି ଖୁସି ହେଲି।”

 

ସୁସ୍ମିତା ଏହା ମଧ୍ୟ କହିଛନ୍ତି ଯେ, ଝିଅମାନେ ୧୮ ବର୍ଷ ହେଇଯିବା ପରେ ତାଙ୍କ ପିତା ମାତାଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯେତେବେଳେ ରେନେ ୧୬ ‍ବର୍ଷ ବୟସର ଥିଲେ, ମୁଁ ତାଙ୍କୁ ବୁଝାଇଥିଲି ଯେ ତୁମେ କୋର୍ଟ ଯାଇ ତୁମ ଅସଲ ପିତା ମାତାଙ୍କ ନାମ ଜାଣିପାରିବ।

 

ଏହା ପରେ ସୁସ୍ମିତା କହିଥିଲେ ଯେ, ‘ମୁଁ ତାଙ୍କୁ ଭୁଲ୍‌ ତଥ୍ୟ ଦେଇ ତାଙ୍କ ମନ ଭାଙ୍ଗିବାକୁ ଚାହୁଁ ନଥିଲି। ସେ ମୋତେ ପଚାରିଥିଲେ ଯେ, କ’ଣ ତମେ ଚାହୁଁଛ କି ଆମେ ଆମ ବାପା ମାଆଙ୍କୁ ସନ୍ଧାନ କରୁ। ମୁଁ କହିଥିଲି, ତୁମର ଜାଣିବା ପାଇଁ ଅଧିକାର ଅଛି। କିନ୍ତୁ ରେନେ ନିଜ ଅସଲି ବାପା ମାଆଙ୍କ ବିଷୟରେ ସନ୍ଧାନ କରିବାକୁ ଇଚ୍ଛୁକ ନ ଥିଲେ।

 

ସୁସ୍ମିତା ଏବଂ ତାଙ୍କ ୨ ଝିଅଙ୍କ ଭିତରେ ଭଲ ବୁଝାମଣା ଦେଖିବାକୁ ମିଳେ। ସୁସ୍ମିତା ନିଜ ଇନଷ୍ଟାଗ୍ରାମ ସାଇଟ୍‌ରେ ଝିଅଙ୍କ ସହ ଶେଆର୍‌ କରିଥିବା ଫଟୋ ଦେଖିଲେ ଆପଣ ଜାଣିପାରିବେ ଦୁଇ ଝିଅଙ୍କ ସହ ସୁସ୍ମିତାଙ୍କର କେତେ ଭଲ ପାଇବା ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More