Only for Entertainment

ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବିମାନ ବନ୍ଦରରେ ଟାଣି ଟାଣି ନେଲେ ସୁରକ୍ଷାକର୍ମୀ, ଭିଡ଼ିଓ ଭାଇରାଲ

punjabkesari
44

ସାଧାରଣ ଭାବରେ ଫିଲ୍ମ ତାରକାଙ୍କୁ ଦେଖିବା ମାତ୍ରେ ଲୋକଙ୍କ ଭିଡ଼ ଜମିଯାଏ । ସେଲ୍ଫି କିମ୍ବା ଅଟୋଗ୍ରାଫ ନ ନେବା ପର୍ଯ୍ୟନ୍ତ ଫ୍ୟାନ୍ସ ଛାଡ଼ନ୍ତି ନାହିଁ । କିନ୍ତୁ ନିକଟରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିିରେ ଦୃଶ୍ୟ କିଛି ନିଆରା ରହିଛି । ଏଠାରେ ସୁରକ୍ଷାକର୍ମୀ ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଟାଣି ଟାଣି ନେଉ ଥିବାର ଦେଖିବାକୁ ମିଳିଛି । ସାମ୍ନାକୁ ଆସିଥିବା ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାସ୍ତବରେ ଜଣାଶୁଣା ଅଭିନେତ୍ରୀ ଲିଡ୍ୟା ବେଲେଜେବା ଏକ ପ୍ଲେ ରେ ଭାଗ ନେବା ପାଇଁ ଏରୋଫ୍ଲୋଟ ଏୟାରଲାଇନ ମାଧ୍ୟମରେ ମସ୍କୋରୁ ତଲ ଅବିବ ଯାଉଥିଲେ । କିନ୍ତୁ କୌଣସି କାରଣରୁ ଏହା ଦୁଇ ଘଂଟା ବିଳମ୍ବ ହେଲା । ଯାହା ଦ୍ୱାରା ଯାତ୍ରୀ ମାନଙ୍କୁ ସମସ୍ୟାରେ ପଡ଼ିବାକୁ ପଡ଼ିଲା । ଏହି କଥାରେ ଅଭିନେତ୍ରୀ ଜଣକ ଏତେ ରାଗିଗଲେଯେ ଆଖପାଖର ଲୋକଙ୍କୁ ଗାଳି କରିବାକୁ ଲାଗିଲେ । କ୍ରୁ ସଦସ୍ୟ ବୁଝାଇବା ପରେ ମଧ୍ୟ ବୁଝିଲେ ନାହିଁ ।

ଘଟଣା ବଢିବା ଦେଖି ସୁରକ୍ଷାକର୍ମୀ ଭିତରକୁ ଆସିଲେ ଏବଂ ଅଭିନେତ୍ରୀଙ୍କୁ ସିଟରୁ ଟାଣି ଟାଣି ବାହାରକୁ ନେଇଗଲେ । ଏହି ଭିଡ଼ିଓ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More