Only for Entertainment

ଗାଡ଼ି କିଣିବାକୁ ଯାଉଥିବା ସମୟରେ କିଭଳି ଜାଣିବେ ଶୁଭମୁହୂର୍ତ୍ତ ।

Architecture Ideas
0 62

ପ୍ରତ୍ୟେକଟି କାମ କରିବା ପୂର୍ବରୁ ଶୁଭ ନା ଅଶୁଭ ସମୟ ଚାଲିଛି ସେ ପ୍ରତି ଦୃଷ୍ଟି ଦେବା ଉଚିତ । କାରଣ ଶୁଭ ସମୟରେ କାମ ନ କଲେ ସମସ୍ତ କାମ ବିଗିଡ଼ିଯାଏ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରାୟତଃ ଲୋକ ଏହି ପ୍ରତି ଧ୍ୟାନ ଦେଇଥାନ୍ତି । ତେଣୁ ଆପଣ ଯଦି ବାସ୍ତୁ ଉପରେ ବିଶ୍ୱାସ କରୁଛନ୍ତି ତେବେ ଆପଣ ମଧ୍ୟ ଏ ସବୁ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ କାମ ବିଗିଡ଼ିପାରେ ।

ସାମବାର , ବୁଧବାର , ଗୁରୁବାର ଏବଂ ଶୁକ୍ରବାର ଯାନବାହାନ କିଣିବାପାଇଁ ଶୁଭ ଅଟେ। ତେଣୁ ଏହି ଦିନ ଯାନବାହାନ କିଣନ୍ତୁ। ଏହି ବର୍ଷର ଜୁନମାସ ଯାନବାହାନ କିଣିବାପାଇଁ ଅତ୍ୟନ୍ତ ଶୁଭ ଅଟେ।

ବୃଷ , ମିଥୁନ , କର୍କଟ , ତୁଳା , ଧନୁ ଏବଂ ମୀନ ଲଗ୍ନ ଯାନବାହନ କିଣିବା ଲାଗି ଉତ୍ତମ ଅଟେ। ଅଶ୍ୱନୀ ,ମୃଗଶୀରା , ପୁଷ୍ୟା , ରେବତୀ ନକ୍ଷତ୍ରରେ ଯାନବାହାନ କିଣିବାପାଇଁ ଭଲ।

ଯାନବାହାନ କିଣିବା ସମୟରେ ତମ୍ବା ଢାଳରେ ପାଣି ରଖି ଏକ ଛୋଟ ପିଲା ଦ୍ୱାରା ଗାଡି ଚକାରେ ପାଣି ଢାଳନ୍ତୁ ଏବଂ ସେହିପିଲାକୁ ଖୁସୀମନରେ କିଛି ଅର୍ଥ ଦାନକରନ୍ତୁ। ଏହା କରିବା ଶୁଭ ବୋଲି ମନାଯାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More