Only for Entertainment

କେଉଁ ସମୟରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ଦେଖିଲେ ହୋଇଥାଏ ଅଶୁଭ?ଆସନ୍ତୁ ଜାଣିବା ।

0 50

ବ୍ୟକ୍ତିର ଜୀବନ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାନ୍ତି ସୂର୍ଯ୍ୟ ଏବଂ ଚନ୍ଦ୍ର । ସୂର୍ଯ୍ୟ ଦୋଷ ହେବା ଦ୍ୱାରା ମୁଣ୍ଡ ବିନ୍ଧ,ଜ୍ୱର,ଆଖି ସମ୍ବଦ୍ଧୀୟ କଷ୍ଟ,ସରକାରଙ୍କ କର ବିଭାଗଠାରୁ ଚିନ୍ତା,ପେଟ ରୋଗ,ଘରେ ଅସମୟରେ ପଶୁ ମୃତ୍ୟୁ,ଅକାରଣ ଶତ୍ରୁତା,ଧନ ହାନୀ,ମାନସିକ ଚିନ୍ତା ଓ ଦୁଃଖ ଭଳି ସମସ୍ୟା ଦେଖାଯାଏ ।

ଶାସ୍ତ୍ରରେ କୁହାଯାଇଛି ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କୁ ଅସ୍ତ ହେଉଥିବା ସମୟରେ ଦେଖିବା ଅନୁଚିତ । ଏହା ଦ୍ୱାରା ଆଖି ସମ୍ବଦ୍ଧୀୟ ରୋଗ ହେବାର ସମ୍ଭାବନା ରହିଛି । କିନନ୍ତୁ ସୂର୍ଯ୍ୟୋଦୟ ଦେଖିବା ଲାଭଦାୟକ ହୋଇଥାଏ ।

 

ସୂର୍ଯ୍ୟଙ୍କ ଉଦୟ ହେବା ମାତ୍ରେ ସକାଳର ଆରମ୍ଭ ହୋଇଥାଏ,ଏବଂ ଅସ୍ତ ହେଲେ ଦିନର ଅନ୍ତ ହୋଇଥାଏ । ତେଣୁ ସୂର୍ଯ୍ୟ ଉଦୟ ଦେଖିବାକୁ ଶୁଭ ଭାବେ ଗ୍ରହଣ କରାଯାଏ । ଭୋର ହେବାମାତ୍ରେ ଶଯ୍ୟା ତ୍ୟାଗ କରିବା ଉଚିତ । ଯେଉଁମାନେ ଏହାକୁ ମାନିନଥାନ୍ତି ସେମାନଙ୍କୁ ଲକ୍ଷ୍ମୀଙ୍କ କୃପା ମିଳିନଥାଏ ।

ନବଗ୍ରହରେ ଚନ୍ଦ୍ରମାଙ୍କ ସ୍ଥାନ ଦ୍ୱିତୀୟ । ମହାଭାରତରେ ଉଲ୍ଲେଖ ଅଛିଯେ ପୂର୍ଣ୍ଣିମା ଦିନ ଚନ୍ଦ୍ର ଉଦୟ ସମୟରେ ତମ୍ବା ପାତ୍ରରେ ମଧୁ ମିଶ୍ରିତ ରନ୍ଧନ ଯଦି ଚନ୍ଦ୍ରଙ୍କୁ ଅର୍ପଣ କରାଯାଏ ତେବେ ଚନ୍ଦ୍ର ଦେବତା ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ଅନ୍ୟ ଦେବତାମାନେ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More