Only for Entertainment

ଘରେ କେଉଁ ସ୍ଥାନରେ ଏହି ଗଛକୁ ରଖିବା ଉଚିତ ।

karowish.com
22

ଶୁଭଫଳ ପାଇଁ ଅଧିକାଂଶ ବ୍ୟକ୍ତି ଘରେ ହେଉ ବା ଅଫିସରେ ମନ ପ୍ଲାଂଟ ରଖିଥାନ୍ତି । କିନ୍ତୁ ତାହା କେଉଁ ସ୍ଥାନରେ ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ ଏବଂ କେଉଁଠାରେ ରଖିବା ଉଚିତ ଆସନ୍ତୁ ଆଲୋଚନା କରିବା ।

• ସୁଖ ଓ ସମୃଦ୍ଧିର ଗଛ ଭାବେ ଜଣାଯାଉଥିବା ମନି ପ୍ଲାଣ୍ଟ, ଉଚିତ୍ କୋଣରେ ନ ରହିଲେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଉଜ୍ଜୈନ୍‌ର ବାସ୍ତୁବିତ୍‌ ପ୍ରଫୁଲ୍ଲ ଜୈନ୍ ପ୍ରକାଶ କରିଛନ୍ତି।

• ସମସ୍ତେ ଧ୍ୟାନରେ ରଖିବା ଉଚିତ ଯେ, ଉତ୍ତର-ପୂର୍ବ ଦିଗରେ ଏହି ଗଛ ରହିବା ଦ୍ବାରା ଘରେ ନିୟମିତ ଆର୍ଥିକ ଅସୁବିଧା ଦେଖାଦିଏ। ଏଣୁ ଏ ଦିଗରେ ମନି-ପ୍ଲାଣ୍ଟ କୁଣ୍ଡ ରଖିଥିଲେ, ସ୍ଥାନ ପରିବର୍ତ୍ତନ କରିନେବା ଆବଶ୍ୟକ। • ଉତ୍ତର, ପୂର୍ବ-ଉତ୍ତର, ଦକ୍ଷିଣ, ଦକ୍ଷିଣ-ପଶ୍ଚିମ ଦିଗରେ ମନି ପ୍ଲାଣ୍ଟ ଗଛ ରହିବା ଖୁବ୍ ଶୁଭଙ୍କର। ସିଧାସଳଖ ମାଟିରେ ନ ଲଗାଇ ଏଇ ଗଛକୁ କୁଣ୍ଡରେ ଲଗାଇବା ଉଚିତ।

• ମନି-ପ୍ଲାଣ୍ଟ ଗଛ ଝାଉଁଳି ଗଲେ ମଧ୍ୟ ଘରେ ଅଶାନ୍ତି ଉପୁଜେ। ଏଣୁ ନିୟମିତ ଭାବେ ଏଇ ଗଛକୁ ପାଣି ଦେଇ ସତେଜ ରଖିବା ସହ ପତ୍ରଗୁଡ଼ିକ ଧଳା ହେଲେ ତାହାକୁ ଛିଣ୍ଡାଇ ଦେବା ଜରୁରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More