Only for Entertainment

ଫ୍ରିଜରେ ରଖିବେ ନାହିଁ କେଉଁ କେଉଁ ସାମଗ୍ରୀ, ଜାଣନ୍ତୁ . . . . .

net doctor
0 59

ଲୋକମାନେ ଅନେକ ସମୟରେ ଖାଇବା ସାମଗ୍ରୀକୁ ଫ୍ରିଜରେ ରଖିଥାନ୍ତି । କାରଣ ଫ୍ରଜରେ ରଖିଥିବା ସାମଗ୍ରୀ ସାମଗ୍ରୀ ସବୁବେଳେ ଫ୍ରେସ ଦେଖାଯାଏ । କିନ୍ତୁ ଆପଣ ଜାଣିଛନ୍ତି କି ? କେତେକ ଜିନିଷକୁ ଫ୍ରିଜରେ ରଖିବା ଦ୍ୱାରା ବିଷାକ୍ତ ହେବା ସମ୍ଭାବନା ଅଧିକ ଦେଖାଦିଏ, ଯାହା ଫଳରେ ପେଟ ଖରାପ ହେବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ସେଥିପାଇଁ ସର୍ତକ ରହିବା ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସାମଗ୍ରୀ ଫ୍ରିଜରେ ରଖିଲେ, ସ୍ୱାସ୍ଥ୍ୟ ପାଇଁ ହାନିକାରକ । ସେଥିପାଇଁ କେତୋଟି ପରିବାକୁ ନ ରଖିବା ନିମନ୍ତେ ଖାଦ୍ୟ ବିଷେଶଜ୍ଞମାନେ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ରସୁଣ, ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ । ହେଲେ ଫ୍ରିଜରେ ରଖି ଏହାକୁ ଖାଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡ଼େ । ଫ୍ରିଜ ଭିତରର ଥଣ୍ଡା ବାତାବରଣ ଏହାର ସ୍ୱାଦକୁ ନଷ୍ଟ କରେ ।

  •  ବ୍ରାଉନ ବ୍ରେଡକୁ ଫ୍ରିଜରେ ରଖି ଖାଇବା ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ । ସେଥିପାଇଁ ଫ୍ରିଜରେ ଠିକ ନୁହେଁ ।
  •  ଆଳୁକୁ ଫ୍ରିଜରେ ରଖିଲେ ଏହା ସଂପୂର୍ଣ୍ଣ ଭାବେ ଶୁଖିଲା ହୋଇଯାଏ । ଏହା ସହ ଆଳୁର ପୋଷଣ ତତ୍ୱ ନଷ୍ଟ ହୁଏ ।
  • ପିଆଜୁ କେବେ ହେଲେ ଫ୍ରିଜରେ ରଖିବେ ନାହିଁ । କାରଣ ଫ୍ରିଜରେ ରଖିବା ପିଆଜ ସ୍ୱାସ୍ଥ୍ୟକୁ କୁପ୍ରଭାବ ପକାଇଥାଏ ।
  • ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶାଗ, ଅନ୍ୟାନ୍ୟ ସବୁଜ ପନିପରିବାକୁ ଫ୍ରିଜରେ ୩ରୁ ୪ଦିନ ରଖି ଖାଇହେବ । ଫ୍ରିଜରେ ଯେ କୌଣସି ପରିବା ରଖିବା ପୂର୍ବରୁ ତାହାକୁ ଭଲ ଭାବେ ପରିଷ୍କାର କରି ଏକ ଡବା ନଚେତ ଫ୍ରିଜ ଉପଲବ୍ଧ ବ୍ୟାଗରେ ରଖିବା ସର୍ବୋତ୍ତମ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More