Only for Entertainment

ଜନ୍ମ ତାରିଖ ଅନୁସାରେ ଜାଣନ୍ତୁ ଲଭ ମ୍ୟାରେଜ କରିବେ ନା ଆରେଂଜ ମ୍ୟାରେଜ ।

youtube
0 121

ବିବାହ ପୂର୍ବରୁ ସମସ୍ତେ ଜାଣିବାକୁ ଚାହାଁନ୍ତିଯେ ଲଭ ମ୍ୟାରେଜ କରିବେ ନା ଆରେଂଜ ମ୍ୟାରେଜ । ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ନିଶ୍ଚୟ ଆସୁଥିବ । ତେବେ ଏହା ଜାଣିବା ଖୁବ ସହଜ । ଆପଣଙ୍କ ଜନ୍ମ ତାରିଖ ଅନୁସାରେ ଆପଣ ଏହା ଜାଣି ପାରିବେ ।

ଯେଉଁ ଲୋକମାନଙ୍କର ଜନ୍ମ ମାସର ୧,୧୦,୧୯ ଏବଂ ୧୮ ତାରିଖରେ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୧ । ଏହି ମୂଲ୍ୟାଙ୍କର ଲୋକ ପ୍ରାୟତଃ ଲାଜକୁଳା ହୋଇଥାନ୍ତି । ଏମାନେ କେବେ ମଧ୍ୟ ପ୍ରେମକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ଏମାନଙ୍କ ପକ୍ଷେ ଲଭମ୍ୟାରେଜ ଖୁବ କଷ୍ଟକର । ଏହି ଅଙ୍କ ସୂର୍ଯ୍ୟଙ୍କ ପ୍ରତୀକ ଅଟେ ।

ଯେଉଁ ଲେଶକମାନେ ମାସର ୨,୧୧,୨୦ ଏବଂ ୨୯ ତାରିଖରେ ଜନ୍ମ ହୋଇଥାନ୍ତି ସେମାନଙ୍କର ମୂଲ୍ୟାଙ୍କ ୨ । ଏମାନେ ଖୁବ ଭାବିଚିନ୍ତି ପ୍ରେମ କରନ୍ତି । ପ୍ରେମରେ ପଡ଼ିବା ପରେ ଏମାନେ କେବେ ମଧ୍ୟ ପଛଘୁଂଚା ଦିଅନ୍ତି ନାହିଁ ।

ଯେଉଁମାନେ ୩,୧୨,୨୧ ଓ ୩୦ ତାରିଖରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମୂଲ୍ୟାଙ୍କ ୩ । ଏଭଳି ଲୋକ ଲଭ ମ୍ୟାରେଜ ପ୍ରାୟତଃ ସଫଳ ହୋଇଥାନ୍ତି ।

୪ ମୂଲ୍ୟାଙ୍କ ବିଶିଷ୍ଟ ଲୋକମାନେ କେବେ ଭଲ ପାଇବାରେ ବିଶ୍ୱାସ କରନ୍ତି ନାହିଁ । ଏମାନେ ଏକାଧିକ ପ୍ରେମ ସଂପର୍କ ଗଢନ୍ତି । ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇ ନଥାନ୍ତି ।

ଯେଉଁମାନେ ୫,୧୪ ଏବଂ ୨୩ ତାରିଖରେ ଜନ୍ମ ହୋଇଥାନ୍ତି ସେମାନଙ୍କର ମୂଲ୍ୟାଙ୍କ ୫ । ଏମାନେ ପାରମ୍ପରିକ ସଂପର୍କ ଉପରେ ବିଶ୍ୱାସ କରନ୍ତି । ପରିବାରର ସହମତିରେ ଏମାନେ ବିବାହ କରନ୍ତି ।

ଯେଉଁମାନେ ୬,୧୫ ଏବଂ ୨୪ରେ ଜନ୍ମ ହୋଇଥାନ୍ତି ସେମାନଙ୍କର ମୂଲ୍ୟାଙ୍କ ୬ ହୋଇଥାଏ । ଏମାନେ ପ୍ରାୟତଃ ଲଭ ମ୍ୟାରେଜରେ ସଫଳତା ପାଇଥାନ୍ତି । କିନ୍ତୁ ଏକାଧିକ ପ୍ରେମ ସଂପର୍କ ଯୋଗୁଁ ଏମାନେ ପ୍ରକୃତ ଭଲପାଇବାକୁ ହରାଇ ବସାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More