Only for Entertainment

ଦୁନିଆର ସବୁଠାରୁ ସୁନ୍ଦର ଏବଂ ମହଙ୍ଗା ସହରରେ ହେବ ନିକ ଓ ପ୍ରିୟଙ୍କାଙ୍କ ବିବାହ ।

IOL
0 55

ଟପ ଟ୍ରେଣ୍ଡରେ ରହିଥିବା ହଲିଉଡ ଏବଂ ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା ନିକଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଭାରତ ଛାଡ଼ିବା ପର୍ଯ୍ୟନ୍ତ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଫିଲ୍ମ ଛାଡ଼ିବାର ବାସ୍ତବ କାରଣ ଯଦିଓ ସମସ୍ତେ ଜାଣି ନାହାଁନ୍ତି ତଥାପି ନିକଙ୍କ ସହିତ ନିର୍ବନ୍ଧକୁ ନେଇ ସେ ଏହି ଫିଲ୍ମ ଛାଡ଼ିଛନ୍ତି ବୋଲି ସବୁଠାରେ ଚର୍ଚ୍ଚା ହୋଇଛି ଏବଂ ଫିଲ୍ମ ଛାଡ଼ିବା ସମୟରେ ପ୍ରିୟଙ୍କା ମଧ୍ୟ ନିଜେ ଏହି କଥା ଜଣାଇଛନ୍ତି । ତେବେ ବଲିଉଡର ପ୍ରତ୍ୟେକ ଯୋଡ଼ି ଡେଷ୍ଟିନେସନ ମ୍ୟାରେଜ କରିବାକୁ ପସନ୍ଦ କରୁଛନ୍ତି । ପ୍ରଥମେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଡେଷ୍ଟିନେସନ ବିବାହ କରିଥିବା ସମୟରେ ନେହା ଧୂପିଆ କାହାକୁ ନ ଜଣାଇ ବିବାହ କଲେ । ସେହି ମଧ୍ୟରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ମଧ୍ୟ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଦୁଇ ଯୋଡ଼ି ମଧ୍ୟ ଡେଷ୍ଟିନେସନ ବିବାହ କରିବେ ବୋଲି ସୂଚନା ମିଳିଛି ।

ଏବେ ଖୁବ ଚର୍ଚ୍ଚାରେ ରହିଥିବା ପ୍ରିୟଙ୍କା ଏବଂ ନିକ କେଉଁ ସ୍ଥାନରେ ବିବାହ କରିବେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ । ମିଡିଆ ରିପୋର୍ଟ ଅନୁସାରେ ଏହି ଦୁଇ ଜଣ ହୱାଇ ସହରରେ ବିବାହ କରିବାର ନିଷ୍ପତ୍ତି ନେଇଛନ୍ତି । ଏହା ଏକ ଆଇଲ୍ୟାଣ୍ଡ । କାରଣ ଦୁଇ ଜଣ ପ୍ରାଇଭେଟ ଅଫେୟର ଚାହାଁନ୍ତି । ଏହି ଆଇଲ୍ୟାଣ୍ଡ ନିକଙ୍କ ପାଇଁ ଖୁବ ଖାସ । ନିକଙ୍କୁ ସମୂଦ୍ର ଖୁବ ପସନ୍ଦ । ସେ ସେଠାରେ ଦୁଇ ଦୁଇଟି ଫିଲ୍ମର ସୁଟିଂ ମଧ୍ୟ କରିଛନ୍ତି । ତେବେ ଏହି ମଧ୍ୟରେ ମଧୁ ଚୋପ୍ରା କହିଛନ୍ତିଯେ ସେ ତାଙ୍କ ନିଷ୍ପତ୍ତି ପ୍ରିୟଙ୍କାଙ୍କୁ ଶୁଣାଇବାକୁ ଚାହାଁନ୍ତି ନାହିଁ,କାରଣ ସେ ଚାହାଁନ୍ତି ପ୍ରିୟଙ୍କା ନିଜେ ତାଙ୍କ ନିଷ୍ପତ୍ତି ନିଅନ୍ତୁ । ସବୁ ପରେ ପ୍ରିୟଙ୍କାଙ୍କର ଟ୍ରାଡିସନାଲ ବିବାହ ହେଉ ଏହା ତାଙ୍କ ମା ମଧୁ ଚୋପ୍ରାଙ୍କ ଇଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More