Only for Entertainment

ହୋଟେଲ କୋଠରୀରେ କାହିଁକି ବିଛାଯାଏ ଧଳା ବେଡସିଟ,ବୁକ କରିବା ପୂର୍ବରୁ ଜାଣନ୍ତୁ ଏହାର ପ୍ରକୃତ କାରଣ ।

marriott
0 103

ହୋଟେଲ ବଡ଼ ହେଉ କିମ୍ବା ଛୋଟ ସେଠାରେ ବିଛା ଯାଇଥିବା ବେଡ଼ସିଟର ରଙ୍ଗ ସବୁବେଳେ ଧଳା ହୋଇଥାଏ । କ’ଣ ଏହା ପଛର କାରଣ ଆପଣ ଜାଣିଛନ୍ତି? ଏହା ପଛର ଯେଉଁ କାରଣ ସବୁ ରହିଛି ତାହା ନିଶ୍ଚିତ ଭାବରେ କୌତୁହଳପୂର୍ଣ୍ଣ । ଆସନ୍ତୁ ଜାଣିବା ସେହି ଖାସ କାରଣ ।

କୁହାଯାଏ ଧଳା ରଙ୍ଗ ଶାନ୍ତି ପ୍ରଦାନ କରିଥାଏ । ଧଳା ରଙ୍ଗକୁ ଦେଖିଲେ ଯେତିକି ଶାନ୍ତି ଅନୁଭବ ହୋଇଥାଏ ଅନ୍ୟ ରଙ୍ଗକୁ ଦେଖିଲେ ତାହା ହୋଇନଥାଏ । ଏହି କାରଣରୁ ଏହାକୁ ପବିତ୍ର ଏବଂ ପରିଷ୍କାର ବୋଲି ଗ୍ରହଣ କରାଯାଏ ।
ବେଡ଼ସିଟର ରଙ୍ଗ ଧଳା ହୋଇଥିଲେ ଏହା ଅପରିଷ୍କାର ହେବା ମାତ୍ରେ ହୋଟେଲ କର୍ମଚାରୀଙ୍କ ନଜରରେ ଆସିଥାଏ । ଯାହା ଦ୍ୱାରା ଏହାକୁ ବଦଳାଇବାରେ ସେମାନଙ୍କୁ ସହଜ ହୋଇଥାଏ ।

ଧଳା ରଙ୍ଗରେ ଭୁଲରେ ମଧ୍ୟ ଯଦି କୌଣସି ରଙ୍ଗ ଲାଗିଯାଏ ତେବେ ତାହାକୁ ବ୍ଲିଚ କରିବା ସହଜ ହୋଇଥାଏ । ତେବେ ହୋଟେଲରେ ଧଳା ବେଡ଼ସିଟକୁ ସଫା କରିବା ପାଇଁ ପ୍ରାୟତଃ ବ୍ଲିଚର ବ୍ୟବହାର କରାଯାଏ । ଏହା କରିବା ଦ୍ୱାରା କପଡ଼ାରେ ଥିବା ସମସ୍ତ କୀଟାଣୁ ନଷ୍ଟ ହୋଇଯାନ୍ତି ।

ପ୍ରାୟତଃ ଲୋକ ଛୁଟି ସମୟରେ ବୁଲିବାକୁ ଯାଆନ୍ତି ଏବଂ ହୋଟେଲରେ ରୁହନ୍ତି । ତେବେ ଧଳା ବେଡ଼ସିଟ ଖୁବ ଆକର୍ଷିତ କରିଥାଏ । ମନୋବିଶେଷଜ୍ଞଙ୍କ କହିବା ଅନୁସାରେ ହୋଟେଲ ରୁମ ଯେତେ ସଫା ହେବ ତାହା ସେତେ ଭଲ ଅନୁଭବ ଦେବ ।

୧୯୯୦ ଦଶକ ପୂର୍ବରୁ ଅନ୍ୟ ରଙ୍ଗର ବେଡ଼ସିଟ ବ୍ୟବହାର କରାଯାଉଥିଲା । ଏହାକୁ ଅଧିକାଂଶ ସମୟ ସଫା କରିବାକୁ ପଡ଼ୁନଥିଲା,କାରଣ ଅପରିଷ୍କାର ହେଲେ ତାହା ଜଣାପଡ଼ୁନଥିଲା । ଯାହାପରେ ବେଷ୍ଟିନ ହୋଟେଲର ଡିଜାଇନର ଏକ ରିସର୍ଚ କଲେ,ଯେଉଁଥିରେ କୁହାଗଲାଯେ ଅତିଥିଙ୍କ ପାଇଁ ଏକ ଲଗଜରୀ ବେଡ଼୍ର ଅର୍ଥ କ’ଣ ହୋଇଥାଏ? ଯାହାପରେ ଗେଷ୍ଟଙ୍କର ହାଇଜିନ ପ୍ରତି ଧ୍ୟାନ ରଖି ଧଳା ବେଡ଼ସିଟର ଟ୍ରେଣ୍ଡ ଚାଲିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More