Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଂଟ ଷ୍ଟାଇଲ ହ୍ୱାଇଟ ସସ ପାସ୍ତା ।

food.ndtv.com
40

ପ୍ରଥମେ ପ୍ୟାନ ଗରମ କରି ସ୍ୱିଟ କର୍ଣ୍ଣ, ବେବି କର୍ଣ୍ଣ ଏବଂ ସିମଲା ଲଙ୍କାକୁ ଲୁଣ ପକାଇ ସିଝାନ୍ତୁ । କିନ୍ତୁ ମନେ ରଖିବେ ଯେପରି ପରିବା ଅଧିକ ନ ସିଝେ । ଏହି ସମୟରେ ଅନ୍ୟ ଏକ କଡ଼ାଇରେ ପାସ୍ତା ପ୍ରସ୍ତୁତ କରନ୍ତୁ । ପାସ୍ତାକୁ ମଧ୍ୟ ଗରମ ପାଣିରେ ଫୁଟାଇ ବାହାର କରିଦିଅନ୍ତୁ ।

କମ ଆଂଚରେ ମଖନ ପକାନ୍ତୁ । ଏହାପରେ ଗ୍ରେଟେଡ ରସୁଣ ପକାଇ ୧ ମିନିଟ ଭାଜନ୍ତୁ । ଏବେ କର୍ଣ୍ଣ ଫ୍ଲୋର ଏବଂ ଦୁଗ୍ଧ ପକାଇ ମିଶାନ୍ତୁ । ଏହାକୁ ସେହଭିଳି ଛାଡ଼ନ୍ତୁ ନାହିଁ । କାରଣ ତାହା ଲାଗିଯିବ । ମିଶ୍ରଣ ବହଳିଆ ହୋଇଯିବା ପରେ ଅର୍ଗେନୋ, ଜୁଆଣି, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ପକାଇ ମିଶାନ୍ତୁ । ଏହାପରେ ଗ୍ରେଟେଡ ପନିର ପକାଇ କିଛି ସମୟ ରଖି ଦିଅନ୍ତୁ । ଏବେ ସିଝା ପରିବା ଏବଂସିଝା ପାସ୍ତା ପକାନ୍ତୁ । ଏହାକୁ ୨ରୁ ୩ ମିନିଟ ପାଇଁ ଛାଡ଼ି ଦିଅନ୍ତୁ । ଏବେ ଆଂଚ ବନ୍ଦ କରି ଦିଅନ୍ତୁ ଏବଂ ଗରମ ଗରମ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More