Only for Entertainment

ଭିଡିଓ ଗେମ ଆଡିକ୍ସନ ହେଉଛି ମାନସିକ ରୋଗର ଲକ୍ଷଣ !

webmd
27

ଯଦି ଆପଣଙ୍କ ପିଲା ଭିଡ଼ିଓ ଗେମ୍‌ରେ ଅଭ୍ୟସ୍ତ, ତେବେ ସାବଧାନ ହୋଇ ଯାଆନ୍ତୁ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ରୋଗର ଅନ୍ତରାଷ୍ଟ୍ରୀୟ ବର୍ଗୀକରଣ ଅର୍ଥାତ୍‌ ଇଣ୍ଟରନ୍ୟାସନାଲ କ୍ଲାସିଫିକେସନ୍‌ ଅଫ୍‌ ଡିଜିଜ (ଆଇସିଡି)ରେ ଡିଜିଟାଲ ଏବଂ ଭିଡ଼ିଓ ଗେମ୍‌ର ଅଭ୍ୟସ୍ତ ବ୍ୟକ୍ତିଙ୍କୁ ମାନସିକ ରୋଗୀ ଭାବେ ବର୍ଗୀକୃତ କରିଛି। ସୂଚନାଯୋଗ୍ୟ ଯେ ଡିସେମ୍ବର ୨୦୧୭ରେ ନ୍ୟୁ ସାଇଣ୍ଟିଷ୍ଟ ରିପୋର୍ଟରେ କୁହାଯାଇଥିଲା ଯେ ଡବ୍ଲ୍ୟୁଏଚ୍‌ଓ ଗେମିଂ ଅଭ୍ୟସ୍ତ ପିଲାଙ୍କୁ ଆଇସିଡିରେ ସାମିଲ କରିବାକୁ ଚିନ୍ତା କରୁଛି। ୬ ମାସ ପରେ ଡବ୍ଲ୍ୟୁଏଚ୍‌ଓ ଗେମିଂ ଆଡିକ୍ସନକୁ ମାନସିକ ରୋଗ ଭାବେ ଘୋଷଣା କରିଛି।

ଖେଳିବାର ଅଭ୍ୟାସ ପାଇଁ ଅନ୍ୟ କାମରେ ମନ ଲାଗୁନାହିଁ
ଡବ୍ଲ୍ୟୁଏଚ୍‌ଓ ଅନୁସାରେ ଯେଉଁମାନଙ୍କର ଭିଡ଼ିଓ ଗେମ୍‌ ଖେଳିବାର ଅଭ୍ୟାସ ହୋଇଯାଏ, ସେମାନେ ଏହା ଭିତରେ ଏତେ ମାତ୍ରାରେ ହଜି ଯାଆନ୍ତି ଅନ୍ୟ କାମ ସବୁ ଭୁଲି ଯାଆନ୍ତି। କେବଳ ଗେମ୍‌ ଖେଳିବା ଉପରେ ସେମାନଙ୍କର ଫୋକସ ରହିଥାଏ। ଗେମିଂକୁ ମାନସିକ ରୋଗ ଭାବେ ବର୍ଗୀକୃତ କରିବାର ଉଦ୍ଦେଶ୍ୟ ହେଉଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ଗେମିଂ ସହିତ ଜଡ଼ିତ ଅନ୍ୟ ବିଭାଗକୁ ସଚେତନ କରିବା। ଯାହାଫଳରେ ସେମାନେ ଖେଳରେ ଅଭ୍ୟସ୍ତ ବ୍ୟକ୍ତି ତଥା ମୁସ୍କିଲ ପରିସ୍ଥିତି ଦେଇ ଗତି କରୁଥିବା ପୀଡ଼ିତଙ୍କୁ ସାହାଯ୍ୟ କରିପାରିବେ।

ଗେମିଂ ଡିଜଅର୍ଡର
ଗେମ୍‌କୁ ଏତେ ମାତ୍ରାରେ ପ୍ରୋତ୍ସାହିତ କରାଯାଉଛି ଏବଂ ଏତେ ପ୍ରକାରର ଖେଳ ଦିଆଯାଉଛି ଯେ ଲୋକେ ସବୁ କିଛି କାମ ଛାଡ଼ି ଗେମ୍‌ ଖେଳିବାରେ ଲାଗୁଛନ୍ତି। ଖେଳିବା ଯୋଗୁଁ ସମସ୍ୟା ଏତେ ବଢ଼ିଯାଉଛି ଯେ ଲୋକେ ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ଶୈକ୍ଷଣିକ ଏବଂ ବ୍ୟବସାୟିକ କାମ ଉପରେ ପ୍ରଭାବ ପକାଇବାରେ ଲାଗୁଛି। ଗେମିଂ ଡିଜଅର୍ଡର ପାଇଁ ନିଦ, ଖାଦ୍ୟପେୟ ଏବଂ ଶାରୀରିକ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପଡ଼ିବାରେ ଲାଗୁଛି।

ଡିଜିଟାଲ ଡିଟକ୍ସର ଆବଶ୍ୟକ
ମନୋରୋଗ ବିଶେଷଜ୍ଞଙ୍କ କହିବାନୁସାରେ ଏହି ଅଭ୍ୟାସରୁ ମୁକ୍ତି ପାଇବା ଲାଗି ଡିଜିଟାଲ ଡିଟକ୍ସର ଆବଶ୍ୟକତା ରହିଛି। ମାକ୍ସ ହେଲ୍‌ଥ କେୟାରରେ ବିହେବିୟରାଲ ସାଇନ୍ସର ନିର୍ଦେଶକ ସମୀର ମଲହୋତ୍ରାଙ୍କ କହିବାନୁସାରେ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ରେ ବଢ଼ୁଥିବା ସ୍କ୍ରିନ୍‌ ଟାଇମ୍‌ ପାଇଁ ଲୋକେ ପରସ୍ପର ସହ କଥା ହେବା କମ୍‌ ହେବାରେ ଲାଗିଛି। ପିଲା ଓ ବୟସ୍କଙ୍କ ମଧ୍ୟରେ ଭାବନାତ୍ମକ ସଂଯୋଗ କମ୍‌ ହୋଇଗଲାଣି। ସମସ୍ତେ ନିଜ ନିଜର ଭର୍ଚୁଆଲ ଦୁନିଆରେ ବ୍ୟସ୍ତ ରହୁଥିବା ସମୀର କହିଛନ୍ତି।

ଆଇସିଡିର ୧୧ ତମ ସଂସ୍କରଣ
ଆଇସିଡି ହେଉଛି ଏକ କ୍ଲିନିକାଲ ନିୟମାବଳୀ, ଯାହା ଡବ୍ଲ୍ୟୁଏଚ୍‌ଓ ଦ୍ବାରା ପ୍ରକାଶିତ କରାଯାଏ। ଏହା ୨୭ ବର୍ଷ ପୂର୍ବରୁ ୧୯୯୦ରେ ଅପଡେଟ୍‌ କରାଯାଇଥିଲା। ନିୟମାବଳୀର ୧୧ ତମ ସଂସ୍କରଣ ଜୁନ୍‌ ୨୦୧୮ରେ ପ୍ରକାଶ କରାଯାଇଛି। ଏଥିରେ ଗେମିଂ ଡିଜଅର୍ଡରକୁ ଏକ ଗୁରୁତର ସମସ୍ୟା ଭାବେ ଗ୍ରହଣ କରାଯାଇଛି। ଡିଜିଟାଲ ଗେମ ଏବଂ ଭିଡ଼ିଓ ଗେମ୍‌ ଏଥିରେ ସାମିଲ। ଯାହା ଅନ୍‌ଲାଇନ୍‌ ହୋଇପାରେ କିମ୍ବା ଅଫ୍‌ଲାଇନ୍‌ ମଧ୍ୟ ହୋଇପାରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More