Only for Entertainment

ନେତା ନା ଅଭିନେତା କାହାକୁ ବିବାହ କରିବାକୁ ଚାହାଁନ୍ତି ୟାମି?

75

ଅନେକ ବଡ଼ ବଡ଼ କଳାକାରଙ୍କ ସହ କାମ କରି ‌ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି ୟାମି।ସବୁବେଳେ ସେ ବିବାହକୁ ନେଇ ପଚରାଯାଉଥିବା ପ୍ରଶ୍ନର ଉତ୍ତର ରଖିବାକୁ ମନା କରୁଥିବା ବେଳେ ଇଣ୍ଡିଆ ଟୁଡେ କନକ୍ଲେଭ୍ ଇଷ୍ଟ -୨୦୧୯‌ରେ ତାଙ୍କୁ ପୁଣି ଥରେ ସେଭଳି ପ୍ରଶ୍ନ କରାଯାଇଥିଲା ବୋଲି ଜଣାପଡ଼ିଛି।

 

ଇଣ୍ଡିଆ ଟୁଡେ କନକ୍ଲେଭ୍ ଇଷ୍ଟ-୨୦୧୯‌ର ଉପସ୍ଥାପକ ସୁଶାନ୍ତ ମେହେତା ୪ଟି ବିକଳ୍ପ ଦେଇ, କାହାକୁ ବିବାହ କରିବାକୁ ଚାହିଁବେ ବୋଲି ପଚାରିଥିଲେ। ୪ଟି ବିକଳ୍ପରେ ସଲମାନ ଖାନ୍, ରାହୁଲ ଗାନ୍ଧି, ରଣବୀର କପୁର ଓ ଜସପ୍ରୀତ୍ ବୁମରାଙ୍କ ନାଁ ରହିଥିଲା। ୪ଟି ନାଁ ଶୁଣିବା ପରେ ସେ କିଛି ସମୟ ଚୁପ୍ ରହିବା ସହ ପରେ ଏମାନଙ୍କ ମଧ୍ୟରୁ କାହାକୁ ବିବାହ କରିବି ନାହିଁ ବୋଲି କହିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More