ଯୌନ ସମ୍ପର୍କ ପରେ କାହିଁକି ଶୋଇଯାଆନ୍ତି ପୁରୁଷ
ବୈବାହିକ ଜୀବନରେ ଯୌନ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରେ। ଏଥିରେ ବ୍ୟତିକ୍ରମ ଦେଖାଦେଲେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ, ଝଗଡ଼ା ଭଳି କେତେକ ସମସ୍ୟା ସୃଷ୍ଟି ହୁଏ। ଦମ୍ପତିଙ୍କୁ ସମ୍ପର୍କକୁ ପ୍ରଭାବିତ କରିଥାଏ। ଯେଭଳି ଯୌନ ସମ୍ପର୍କ ପରେ ପୁରୁଷ ଜଣକ ତୁରନ୍ତ ଶୋଇପଡ଼ୁଥିବାରୁ ମହିଳାଙ୍କୁ ତାହା ବିରକ୍ତ କରିଦେଇଥାଏ। କାରଣ ମହିଳା ଜଣକ ଚାହାନ୍ତି ସ୍ବାମୀଙ୍କ ସହ କିଛି ସମୟ ରୋମାନ୍ସଭରା କଥା ହେବାକୁ, ନିଜ ସୁଖଦୁଃଖ ଜଣାଇବାକୁ।
ହେଲେ ଯୌନ ସମ୍ପର୍କ ପରେ ସାଧାରଣତଃ ପୁରୁଷଙ୍କ କ୍ଷେତ୍ରରେ ଦେଖାଦେଉଥିବା ନିଦ୍ରା ପ୍ରବୃତ୍ତି ବେଡ୍ରୁମ୍ରେ ଅସୁଖକର ପରିସ୍ଥିତି ସୃଷ୍ଟି କରିଥାଏ। କିନ୍ତୁ ଏଥିପାଇଁ ପୁରୁଷଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଗବେଷକମାନେ କହିଛନ୍ତି।
ପୁରୁଷଙ୍କ ଏଭଳି ପ୍ରବୃତ୍ତି ପଛରେ ମହିଳାମାନେ ନାନା ଆଶଙ୍କା କରୁଥିବା ବେଳେ ଗବେଷକମାନେ ବୈଜ୍ଞାନିକ କାରଣ ରହିଥିବା କହିଛନ୍ତି। ଭାଙ୍କୋଭରର ସେକ୍ସ ଥେରାପିଷ୍ଟ ଡେଭିଡ ମେକ୍ାଞ୍ଜିଙ୍କ କହିବାନୁଯାୟୀ, ଯୌନକ୍ରିୟାରେ ‘ତୃପ୍ତିପୂର୍ଣ୍ଣ ଚରମ ମୁହୂର୍ତ୍ତ’(ଅର୍ଗାଜମ୍) ଦ୍ୱାରା ପୁରୁଷ ଶରୀରର କେମେଷ୍ଟ୍ରି ବଦଳିଥାଏ। ଅର୍ଗାଜମ୍ ଦ୍ୱାରା ପ୍ରୋଲାକ୍ଟିନ ନାମକ ଏକ ବାୟୋକେମିକାଲ ହର୍ମୋନ ନିର୍ଗତ ହୋଇଥାଏ, ଯାହା ପୁରୁଷ ଶରୀରକୁ ଶିଥିଳ କରିବା ସହ ମାତ୍ରାଧିକ କ୍ଲାନ୍ତ କରିଦେଇଥାଏ। ଫଳରେ ପୁରୁଷ ଜଣକ ତୁରନ୍ତ ଶୋଇବାକୁ ଚାହିଁଥାଏ। କିନ୍ତୁ ପ୍ରତ୍ୟେକ ଯୌନ ସମ୍ପର୍କ ସମୟରେ ମହିଳାଙ୍କ ପ୍ରାୟତଃ ଅର୍ଗାଜମ୍ ହୋଇ ନ ଥାଏ।
ହେଲେ ଏ ବିଷୟରେ ଅଜ୍ଞତା ଯୋଗୁ ଅନେକ ଦମ୍ପତିଙ୍କ ମଧ୍ୟରେ ଅସୁଖକର ପରିସ୍ଥିତି ଦେଖିବାକୁ ମିଳିଥାଏ। ଦୁଇଜଣ ବିଶେଷଜ୍ଞ ମାର୍କ ଲେନର ଓ ବିଲ୍ଲି ଗୋଲ୍ଡବର୍ଗ ଏ ସମ୍ପର୍କରେ ଗବେଷଣା କରି ‘ହ୍ବାଏ ଡୁ ମ୍ୟାନ୍ ଫଲ ଏସିଲ୍ପ ଆଫ୍ଟର ସେକ୍ସ ?’ ନାମକ ଏକ ପୁସ୍ତକ ଲେଖିଛନ୍ତି। ସେଥିରେ ପୁରୁଷର ଯୌନକ୍ରିୟା ପରବର୍ତ୍ତୀ ନିଦ୍ରା ପ୍ରବୃତ୍ତି ସମ୍ପର୍କରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଭୁଲ ବୁଝାମଣାକୁ ଦୂର କରିପାରିବ।