Only for Entertainment

ଜାଣିଛନ୍ତିକି ବିରାଟଙ୍କୁ କାହିଁକି ବିବାହ କରିଛନ୍ତି ଅନୁଷ୍କା?

Hindustan Times
0 111

ପୂର୍ବରୁ ବିରୁଷ୍କାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିବା ବେଳେ ବିବାହ ପରେ ମଧ୍ୟ ଦୁଇ ଜଣ କୌଣସି ନା କୌଣସି କଥାକୁ ନେଇ ଆଲୋଚନାରେ ରହି ଆସିଛନ୍ତି । ଗତ ବର୍ଷ ଦୁଇ ଜଣ ବିବାହ କରିଥିବା ବେଳେ ବିବାହ ପରେ ଭାଇରାଲ ହୋଇଥିବା ଫଟୋରୁ ଦୁହେଁ ଦୁହିଁଙ୍କ ସହ ଖୁସିଥିବା ଦେଖିବାକୁ ମିଳିଛି । ବିବାହ ପରେ ଦୁଇ ଜଣଙ୍କୁ ନିଜ ନିଜର କ୍ୟାରିୟରରେ ଅଧିକ ସଫଳତା ମିଳିଥିବା ମଧ୍ୟ ଦେଖାଯାଇଛି । ତେବେ ଏତେ ସବୁ ପରେ ବିରାଟଙ୍କୁ ବିବାହ କରିବା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ବୋଲି ଯଦି ଆପଣମାନେ ଭାବୁଛନ୍ତି, ତେବେ ତାହା ସଂପୂର୍ଣ୍ଣ ଭୁଲ । ବିରାଟଙ୍କୁ ବିବାହ କରିବା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି ନଥିଲା ବୋଲି ଅନୁଷ୍କା ନିଜେ ସ୍ୱୀକାର କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଅପ୍‌ଲୋଡ଼ କରି ସେ ଏହାର ଖୁଲାସା କରିଛି । ମାଂସାହାରୀରୁ ଶାକାହାରୀ ହେବା ତାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି ଥିଲା ବୋଲି ଲେଖି ସେ ଫଟୋ ପୋଷ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More