Only for Entertainment

ସଭିଁଙ୍କୁ ହସାଉଥିବା ଭାରତୀ କାନ୍ଦିଲେ କାହିଁକି, ଜାଣନ୍ତୁ ।

zeenews
0 48

ଟିଭି ଜଗତର କମେଡି କ୍ୱିନ ଭାରତୀ ସିଂଙ୍କୁ ଏବେ କୌଣସି ପରିଚୟର ଆବଶ୍ୟକତା ନାହିଁ । ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଂଜ ଠାରୁ ନେଇ ଡ୍ୟାନ୍ସ ଦିବାନେ ପର୍ଯ୍ୟନ୍ତ ଭାରତୀ ଟିଭି ଜଗତରେ ଲମ୍ବା ଯାତ୍ରା କରିଛନ୍ତି । କେବେ ଆମକୁ ସେ ମାସୁମ ଲଲି ରୂପରେ ଦେଖିବାକୁ ମିଳିଥିଲେ ତ କେବେ କଡା ପୁଲିସ ଅଫିସର ଭାବେ ନଜର ଆସିଥିଲେ । ଭାରତୀଙ୍କ ସମସ୍ତ ଭୂମିକା ଲୋକଙ୍କୁ ଖୁବ ହସାଇପାରିଛି ।

କିଛି ଦିନ ହେବ ଭାରତୀ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି , ଯେଉଁଥିରେ ସେ ହସିବା ହସାଇବା ପରିବର୍ତ୍ତେ କାନ୍ଦୁଥିବାର ନଜର ଆସିଛନ୍ତି । ଭିଡିଓରେ ଭାରତୀଙ୍କ ଆଖିରୁ ବାହାରୁୂଥିବା ଲୁହ ପରିଷ୍କାର ଦେଖିବାକୁ ମିଳିଛି । ଭିଡିଓ ବ୍ୟାକଗ୍ରାଉଣ୍ଡରେ ହମାରୀ ଅଧୁରୀ କାହାନୀ ଫିଲ୍ମ ଗୀତ ଶୁଣିବାକୁ ମିଳିଛି । ପ୍ରଥମେ ଏହି ଭିଡିଓକୁ ଦେଖୁ ଦେଖୁ ସମସ୍ତେ ନିଶ୍ଚୟ ଭାବିବେ ଯେ ଭାରତୀ କାନ୍ଦୁଛନ୍ତି କାହିଁକି । ଯାହାର ଖୁଲାସା ଭାରତୀ ଭିଡିଓର କ୍ୟାପଶନରେ କରିଛନ୍ତି ।

ଭାରତୀ କ୍ୟାପଶନରେ ଲେଖିଛନ୍ତି ଯେ ଦେଖନ୍ତୁ ମୁଁ ଜଣେ ଭଲ ଅଭିନେତ୍ରୀ, ଏବଂ ମୁଁ କେବଳ କମେଡି ନୁହେଁ ଇମୋଶନାଲ ଆକ୍ଟିଂ ମଧ୍ୟ କରିପାରିବି । ଏହାର ଶେଷରେ ସେ ଟାଇମ ପାସ ବୋଲି ହାଶଟ୍ୟାଗ ଦେଇଛନ୍ତି । ଏହାର ଅର୍ଥ ଏହି ଭିଡିଓ ଜରିଆରେ ସେ ଟାଇମ ପାସ କରୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଭାରତୀ ଖୁବ ଶୀଘ୍ର ପପୁଲାର ଟିଭି ଶୋ’ ଖତରୋଁ କେ ଖିଲାଡି’ରେ ନଜର ଆସିବେ । ଶୋ’ରେ ତାଙ୍କ ସହ ତାଙ୍କ ପାର୍ଟନର ହିସାବରେ ହର୍ଷ ଲିମ୍ବାଚିୟା ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More