Only for Entertainment

ସ୍ୱାମି ସିଦ୍ଧାର୍ଥଙ୍କ ସହିତ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହାଁନ୍ତି ନାହିଁ ବଲିଉଡ ଡାର୍ଟି ଗର୍ଲ

timesnow
86

 ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ କିଛି ଦିନ ତଳେ ରିଲିଜ୍‌ ହୋଇଥିଲା ।ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବାରେ ମଧ୍ୟ ସଫଳ ହେଲା ।କିନ୍ତୁ ଅନେକ ହିଟ୍‌ ଫିଲ୍ମ ଦେଇଥିବା ବିଦ୍ୟା ଏ ପର୍ଯ୍ୟନ୍ତ ନିଜର ପ୍ରଯୋଜକ ସ୍ୱାମୀ ସିଦ୍ଧାର୍ଥ ରଏ କପୁରଙ୍କ ସହ କୌଣସି ଫିଲ୍ମ କରି ନାହାନ୍ତି ।

 

ଏହାର କାରଣ ପଚରାଯିବା ପରେ ବିଦ୍ୟା କହିଥିଲେ, “ଫିଲ୍ମରେ ଯଦି ମୋତେ କୌଣସି ସମସ୍ୟା ହୁଏ, ତେବେ ମୁଁ ମୋ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସହ ଯୁକ୍ତି କରିଥାଏ । କିନ୍ତୁ ଯଦି ମୋ ସ୍ୱାମୀ ପ୍ରଯୋଜକ ହୋଇଥିବେ, ତେବେ ମୁଁ ତାହା କରି ପାରିବି ନାହିଁ । ଏହା ସହ ମୁଁ ମୋ ସ୍ୱାମୀଙ୍କ ସହ ମୋର ସଂପର୍କ ଖରାପ କରିବାକୁ ଚାହୁଁ ନ ଥିବାରୁ ମୁଁ ତାଙ୍କ ସହ ଆଜି ପର୍ଯ୍ୟନ୍ତ ଫିଲ୍ମ କରି ନାହିଁ`।’

 

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ୨୦୧୯ରେ ଯଦିଓ ବିଦ୍ୟାଙ୍କ ହାତରେ ଆଉ କୌଣସି ଫିଲ୍ମ ନାହିଁ ତଥାପି ୨୦୨୦ରେ ଶକୁନ୍ତଳା ଦେବୀ ଏବଂ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ମହିଳା ମଣ୍ଡଳୀରେ ନଜର ଆସିବେ ଏହି ଡାର୍ଟି ଗର୍ଲ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More