Only for Entertainment

ଭିନ୍ନ ଭିନ୍ନ ସ୍ଥାନରେ ବସି ମନ୍ତ୍ର ଜପ କରିବା କାହିଁକି କୁହାଯାଏ ଭୂଲ, ଜାଣନ୍ତୁ !

jansatta
45

ହିନ୍ଦୁଧର୍ମରେ ମନ୍ତ୍ର ଜପ କରିବାର ବିଶେଷ ମହତ୍ୱ ରହିଛି । ଏଭଳି କୁହାଯାଏ ଯେ ମନ୍ତ୍ର ଜାପ କରିବା ଦ୍ୱାରା ସିଧା ସଳଖ ଭଗବାନଙ୍କ ସଂସ୍ପର୍ଶରେ ଆସିଥାଉ । କୁହାଯାଏ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ ଆର୍ଶୀବାଦ ରହିଛି ସେହି ବ୍ୟକ୍ତି ଜୀବନରେ କୌଣସି କ୍ଷେତ୍ରରେ ଅସୁବିଧାରେ ପଡେ ନାହିଁ । ମନ୍ତ୍ର ଜାପ କରି ଈଶ୍ୱରଙ୍କ ସଂସ୍ପର୍ଶରେ ଆସିବା ବିଷୟରେ ଅନେକ ବିଷୟରେ ଧ୍ୟାନ ରଖିବା ଉଚିତ । ସେହିଭଳି ପ୍ରତିଦିନ ଭିନ୍ନ ଭିନ୍ନ ସ୍ଥାନରେ ବସିି ମନ୍ତ୍ର ଜାପ କରିବା ଭୂଲ ଅଟେ । ଏଭଳି କରିବା ଦ୍ୱାରା ଈଶ୍ୱରଙ୍କ ସଂସ୍ପର୍ଶରେ ଆସିବାକୁ ବାଧା ହୋଇଥାଏ । ପୁରୁଣା ସମୟରେ ଭଗବାନଙ୍କୁ ଆରାଧନା କରିବା ଲାଗି ମୁନି ଋଷି ମାନେ ଗୋଟିଏ ସ୍ଥାନରେ ବସି ଭଗବାନଙ୍କୁ ସ୍ମରଣ କରିଥାଆନ୍ତି । ଏହାଦ୍ୱାରା ସେମାନେ ସହଜରେ ଭଗବାନଙ୍କ ସଂସ୍ପର୍ଶରେ ଆସିଥାଆନ୍ତି ।

କୁହାଯାଏ ଯେ ଗୋଟିଏ ସ୍ଥାନରେ ବସି ମନ୍ତ୍ର ପାଠ କରିବା ଦ୍ୱାରା ସେଠାରେ ଶକ୍ତି ପିଣ୍ଡର ଏକ ଶୃଙ୍ଖଳା ପ୍ରସ୍ତୁତ ହୋଇଯାଇଥାଏ । ଏହି ଶୃଙ୍ଖଳାରୁ ବ୍ୟକ୍ତି କୁ ଶକ୍ତି ମିଳିଥାଏ ବୋଲି ଧାରଣା ରହିଛି । ମନ୍ତ୍ର ଜାପ କରିବା ସମୟରେ ଭଗବାନଙ୍କୁ ଏକାଗ୍ର ଚିତ୍ତରେ ସ୍ମରଣ କରିବା ନିହାତି ଜରୁରୀ  ଏବଂ ଏହାସହ ମନ୍ତ୍ର ଜାପ କରୁଥିବା ସ୍ଥାନ ପରିଷ୍କାର ଏବଂ ଶାନ୍ତ ପରିବେଶ ହେବା ଜରୁରୀ । ଫଳରେ ଧ୍ୟାନ କରିବାରେ କୌଣସି ବାଧା ଆସିବ ନାହିଁ । ସେହିଭଳି ମନ୍ତ୍ର ଜାପ କରିବା ସମୟରେ କଥା ହେବା ପାପ ବୋଲି କୁହାଯାଇଛି । ଏଭଳି କରିବା ଦ୍ୱାରା ଭଗବାନ ରାଗି ଯାଆନ୍ତି ।

chanting mantra

ପୂଜା ମନ୍ତ୍ର ପାଠ କରିବା ସମୟରେ ମନରେ କୌଣସି ଲୋଭ ଭାବ ଆସିବା ଠିକ ନୁହେଁ । ଏହାଦ୍ୱାରା ଭଗବାନଙ୍କ ସଂସ୍ପର୍ଶରେ ଆସିବା କାଠିକର ପାଠ ହୋଇଯାଇଥାଏ ଏବଂ ଭଗବାନ ପ୍ରସନ୍ନ ହୋଇ ନଥାଆନ୍ତି । ଉତ୍ତମ ଫଳ ଆଶା କରୁଥିଲେ ଭଗବାନଙ୍କୁ ବିନା କୌଣସି ଲୋଭ ଏବଂ ମୋହରେ ପ୍ରାର୍ଥନା କରନ୍ତୁ, ମିଳିବ ଅନେକ ଶୁଭ ଫଳ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More